fbpx

ଡ଼ବଲ ମର୍ଡ଼ର ମାମଲା, ନୂଆଗାଁରେ ୪ପ୍ଲାଟୁନ ପୋଲିସ

କଟକ, ୧୬ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ବାଙ୍କୀର ଖଜୁରୀପଦା ନୂଆଗାଁରେ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମୃତ ହୋଇଥିଲେ । ଏନେଇ ଆଜି ନୂଆ ଗାଁରେ ୪ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଏହି ହତ୍ୟା ମାମଲାରେ ଜଣେ ବି କେହି ଗିରଫ ହୋଇନାହାନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମ କରାଯାଇଥିଲା । ଦୁର୍ବୃତ୍ତଙ୍କ ଫାର୍ସା ମାଡ଼ରେ ସହଯୋଗୀ ଆଦିତ୍ୟ ରଣସିଂହଙ୍କ ମୃତ୍ୟୁ ହୋଇଥିଲା । ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଯାଇଥିଲେ । ଏନେଇ ତାଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି । ଏହାସହ ବାଙ୍କୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.