fbpx

ଚୋରି ହେଲା DRDO ନିର୍ମିତ ମଡେଲ ହେଲିକପ୍ଟର; ଲକ୍ଷ୍ନୌ ମହାନଗର ନିଗମ ଉପରେ ଉଠିଲା ପ୍ରଶ୍ନ 

Advertisement

ଲକ୍ଷ୍ନୌ: ଲକ୍ଷ୍ନୌରେ ଡିଫେନ୍ସ ଏକ୍ସପୋ ସମୟରେ ପ୍ରଦର୍ଶିତ ହୋଇଥିବା ଡିଆରଡିଓ ଦ୍ୱାରା ନିର୍ମିତ ଏକ ମଡେଲ ହେଲିକପ୍ଟର ଚୋରି ହୋଇଛି। ତେବେ ଏହି ହେଲିକପ୍ଟର ଟି କେଉଁଠି ଚୋରି ହୋଇଛି ଏବଂ କେବେ ଚୋରି ହୋଇଛି ତାହା କାହାକୁ ବି ଜଣାନାହିଁ । ୨୦୨୦ରେ ଡିଫେନ୍ସ ଏକ୍ସପୋରେ ଡିଆରଡିଓ ପ୍ରବେଶ ଦ୍ୱାରରେ ସ୍କ୍ରାପ୍ରୁ ଚିନୁକ୍ ହେଲିକପ୍ଟରର କପି ମଡେଲ ରଖିଥିଲା। ଏହି ସମୟରେ ଏକ୍ସପୋରେ ପହଞ୍ଚୁଥିବା ସମସ୍ତ ଲୋକ ହେଲିକପ୍ଟରର ମଡେଲ ସହ ସେଲ୍ଫି ଉଠାଇଥିଲେ। ଏକ୍ସପୋ ସରିବା ପରେ ମଧ୍ୟ ହେଲିକପ୍ଟର ସେଠାରେ ରହିଥିଲା, ଯାହାର ଦାୟିତ୍ୱ ମହାନଗର ନିଗମକୁ ଦିଆଯାଇଥିଲା।

ଗତବର୍ଷ ୨୦୨୩ରେ ଯେତେବେଳେ ଲକ୍ଷ୍ନୌରେ ଜି-୨୦ ଶିଖର ସମ୍ମିଳନୀ ହେବାର ଥିଲା, ସେତେବେଳେ ଏହି ପଡ଼ିଆକୁ ଚୟନ କରାଯାଇଥିଲା। ଏହାପରେ ମହାନଗର ନିଗମ ହେଲିକପ୍ଟରର ସ୍ତମ୍ଭ ଦୁର୍ବଳ ଏବଂ ଅଞ୍ଚଳରେ ଭିଆଇପି ଗତିବିଧି ବୋଲି କହି ଏହି ମଡେଲକୁ ହଟାଇ ଦେଇଥିଲା, କିନ୍ତୁ ଏହା ପରେ ହେଲିକପ୍ଟରର କ’ଣ ହେଲା ସେ ବିଷୟରେ କେହି ଜାଣି ପାରିନଥିଲେ।

ସୂଚନା ଅନୁଯାୟୀ, ହେଲିକପ୍ଟର ନିଖୋଜ ହେବା ନେଇ ୨୦୨୩ ଏପ୍ରିଲ ମାସରେ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ କଲ୍ୟାଣ ବାନାର୍ଜୀଙ୍କୁ ଖବର ଦିଆଯାଇଥିଲା। ଏହାପରେ ହେଲିକପ୍ଟରଟି କୁଆଡ଼େ ଗଲା ବୋଲି ପୌର ପାଳିକା ଅଧିକାରୀଙ୍କୁ ପଚାରିବାରୁ ମହାନଗର ନିଗମର ଜୋନାଲ ସଚିବ ଲିଖିତ ଉତ୍ତର ଦେଇଥିଲେ ଯେ ହେଲିକପ୍ଟରକୁ ଗୋମତୀ ନଗରରେ ଥିବା ମହାନଗର ନିଗମର ‘ରବିଶ ଓ ରିମୁୱେବଲ୍’ କର୍ମଶାଳାକୁ ମରାମତି ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ହେଲିକପ୍ଟର କର୍ମଶାଳାରେ ନାହିଁ କି ପ୍ରବେଶ ମଧ୍ୟ ନାହିଁ।

ଏ ନେଇ ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିବାରୁ ତାଙ୍କ ସହକର୍ମୀ ଜୋନ୍-୮ର ଜୋନାଲ ଅଫିସରଙ୍କ ସହ କଥା ହେବାକୁ କହିଥିଲେ, କିନ୍ତୁ ଫୋନ୍ ନ ଉଠାଇବାରୁ ମହାନଗର ନିଗମର ପକ୍ଷ ମିଳିପାରିନଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ, ଜୋନାଲ ଅଫିସର କହିଛନ୍ତି ଯେ ହେଲିକପ୍ଟର ଲଗାଇବା ସମୟରେ ଜୋନାଲ ଅଫିସର ଅନ୍ୟ କେହି ଥିଲେ ଏବଂ ଏହା ପରେ ହେଲିକପ୍ଟରଟି କୁଆଡ଼େ ଗଲା ସେ ବିଷୟରେ ସେ ଅବଗତ ନୁହଁନ୍ତି ।

 

Get real time updates directly on you device, subscribe now.