fbpx

DRDOରେ ବିନା ପରୀକ୍ଷାରେ ଏହି ପଦରେ ମିଳିପାରିବ ଚାକିରି, ଜଲଦି କରନ୍ତୁ ଆବେଦନ

Advertisement

ନୂଆଦିଲ୍ଲୀ: ଡିଆରଡିଓରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ଖବର । କାରଣ ଡିଆରଡିଓରେ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଆବେଦନ କରିବାକୁ ଚାହୁଥିଲେ ସେମାନେ ଡିଆରଡିଓ ର ଅଫିସିଆଲ ୱେବସାଇଟ drdo.gov.in କିମ୍ବା rcilab.inକୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ୭ ଫେବୃଆରୀ ଶେଷ ତାରିଖ ରହିଥିବାବେଳେ ସମୁଦାୟ ୧୫୦ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ଏହି ସବୁ ପଦରେ ହେଉଛି ଆବେଦନ:

ଗ୍ରାଜୁଏଟତ ଆପ୍ରେଣ୍ଟିସ୍- ୪୦ ପଦ

ଟେକ୍ନିସିଆନ ଆପ୍ରେଣ୍ଟିସ୍(ଡିପ୍ଲୋମା)-୬୦ ପଦ

ଟ୍ରେଡ୍ ଆପ୍ରେଣ୍ଟିସ୍-୫୦ ପଦ

ଯୋଗ୍ୟତା ଏବଂ ବୟସ:

ଏହି ସବୁ ପଦରେ ଆଶାୟୀଙ୍କ ବୟସ ୧ ଜାନୁଆରୀ ୨୦୨୨ ସୁଦ୍ଧା ୧୮ ବର୍ଷରୁ କମ୍ ହୋଇନଥିବା ଦରକାର ।

ଗ୍ରାଜୁଏଟ ଆପ୍ରେଣ୍ଟିସ୍- ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ECE, EEE, CSE, ମେକାନିକାଲ ବ୍ରାଞ୍ଚରୁ B.E/ B.Tech, ବି.କମ ଏବଂ ବିଏସସି ଡିଗ୍ରୀ ଥିବା ଦରକାର ।

ଟେକ୍ନସିଆନ ଆପ୍ରେଣ୍ଟିସ୍: ଆଶାୟୀଙ୍କୁ ପାଖରେ ECE, EEE, CSE, ମେକାନିକାଲ ଏବଂ କେମିକାଲ ରେ ଡିପ୍ଲୋମା ଡିଗ୍ରୀ ରହିଥିବା ଆବଶ୍ୟକ ।

ଟ୍ରେଡ ଆପ୍ରେଣ୍ଟିସ୍: ଆଶାୟୀଙ୍କ ପାଖରେ ଫିଟର, ଟର୍ନର, ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରିସିଆନ ମେକାନିକ ଏବଂ ୱେଲ୍ଡର ରେ ଆଇଟିଆଇ ସାର୍ଟିଫିକେଟ ଥିବା ଆବଶ୍ୟକ ।

ଆଶାୟୀ ଏହି ଲିଙ୍କ ଦ୍ୱାରା ଆବେଦନ କରିପାରିବେ https://rcilab.in/SitePages/Home.aspx କିମ୍ବା ଅଫିସିସଆଲ ନୋଟିଫିକେସନ ପଢ଼ିପାରିବେ ।

ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନକୁ ଭଲ ଭାବରେ ପଢ଼ିନେବାକୁ ପରାମର୍ଶ ।

 

 

Get real time updates directly on you device, subscribe now.