fbpx

ମଦୁଆ ସ୍ୱାମୀ ରାଗରେ କାମୁଡ଼ିଦେଲା ସ୍ତ୍ରୀର ନାକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୋପାଳ: ମଧ୍ୟପ୍ରଦେଶର ରତମାଲରୁ ଏକ ଅଜବ ମାମଲା ସାମନାକୁ ଆସିଛି । ଜଣେ ମଦୁଆ ସ୍ୱାମୀ ପ୍ରଥମେ ନିଜ ପତ୍ନୀ ସହିତ ମାରପିଟ୍ କରିଥିଲା ଓ ବର୍ବରତା ଦେଖାଇବାକୁ ଯାଇ ସ୍ତ୍ରୀର ନାକକୁ ଖୁବ୍ ଜୋରରେ କାମୁଡ଼ି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପତ୍ନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥାରେ ଗୁରୁତର ରହିଛି । ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏହି ଘଟଣା ରତମାଲ ଜିଲ୍ଳାର ଆଲୋଟ ଅଞ୍ଚଳରେ ଘଟିଛି ।

ବାସ୍ତବରେ ମଦୁଆ ସ୍ୱାମୀର ହରକତରେ ବିଚଳିତ ,ହୋଇ ପତ୍ନୀ ଖୁବ୍ ଆଗରୁ ଅର୍ଥାତ୍ କିଛି ବର୍ଷ ତଳେ ଥାନାରେ ଅଭିଯୋଗ କରିଥିଲା । କିନ୍ତୁ ଏଥିରେ ଉଚିତ୍ ପଦକ୍ଷେପ ନିଆଯାଇନଥିଲା । ତେଣୁ ପତ୍ନୀ କୋର୍ଟରେ ମାମଲା ରୁଜୁ କରିଥିଲେ ଓ ଭତ୍ତା ଦେବାପାଇଁ ଦାବି କରିଥିଲେ । କିଛି ଦିନ ପରେ କୋର୍ଟରୁ ମହିଳାଙ୍କ ସ୍ୱାମୀଙ୍କ ନାମରେ ସମନ ଆସିଥିଲା । ଏହାଦ୍ୱାରା ସ୍ୱାମୀ ଖୁବ୍ ରାଗି ଗଲା । ଏହି ରାଗରେ ଆସି ପ୍ରଥମେ ପତ୍ନୀ ସହିତ ମାରପିଟ୍ କରିଥିଲା ଓ ତାଙ୍କ ନାକକୁ କାମୁଡ଼ି ଦେଇଥିଲା ।

ସୂଚନା କ୍ରମେ, ଏହି ଦୁଇଜଣଙ୍କ ବିବାହ ୨୦୦୮ ମସିହାରେ ହୋଇଥିଲା । ସେମାନଙ୍କ ଦୁଇ ଜଣ ଝିଅ ମଧ୍ୟ ରହିଛନ୍ତି । ତେବେ ମହିଳାଙ୍କ ସ୍ୱାମୀ ପ୍ରତିଦିନ ଘରେ ହିଁ ରୁହନ୍ତି । କିଛି ବି କାମ କରନ୍ତି ନାହିଁ । କାମ କରିବାକୁ କହିଲେ ରାଗି ଯାଉଥିଲେ । ବିବାହର ଦୁଇ ବର୍ଷ ପରେ ସ୍ଥିତି ବିଗିଡ଼ି ଯାଇଥିଲା । ୨୦୧୧ ମସିହାରୁ ମହିଳାଙ୍କ ସ୍ୱାମୀ ମଦ ପିିଇବା ଆରମ୍ଭ କରିଥିଲେ । ବିରୋଧ କଲେ ମାରପିଟ୍ କରୁଥିଲା । ତେଣୁ ଏଥିରେ ଅତିଷ୍ଟ ହୋଇ ଦୁଇ ଝିଅଙ୍କୁ ଧରି ମହିଳା ଜଣକ ନିଜ ବାପ ଘରକୁ ଚାଲି ଯାଇଥିଲେ । ଆଉ ଏବେ ଯେତେବେଳେ କୋର୍ଟରେ ମାମଲା ପହଞ୍ଚିଛି ଏହିଭଳି ଏକ ଘଟଣା ସାମନାକୁ ଆସିଛି । ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।

Get real time updates directly on you device, subscribe now.