ମଦ ପାଇଁ ପୁଅର ତୁମୁଳକାଣ୍ଡ, ବାରଣ କରିବାରୁ ହାତୁଡ଼ିରେ ପିଟିପିଟି ହତ୍ୟା

ଲାମପଦ ଗାଁରେ ହତ୍ୟାକାଣ୍ଡ । ମଦ ପାଇଁ ବାପାର ଜୀବନ ନେଲା ପୁଅ ।

ଭୁବନେଶ୍ବର: ମଦ ନିଶାରେ ପୁଅ ଭୁଲିଗଲା ସମ୍ପର୍କ । ପିଟିପିଟି ବାପାର ଜୀବନ ନେଇଗଲା କୁଳାଙ୍ଗାର ପୁଅ । ଫୁଲବାଣୀରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

ଖବର ଅନୁସାରେ,  ହାତୁଡ଼ିରେ ପିଟି ବାପାକୁ ହତ୍ୟା କଲା ମଦ୍ୟପ ପୁଅ । ମଦ ପିଇବାକୁ ବାରଣ କରିବାରୁ ବାପାକୁ ହତ୍ୟା କରିଦେଇଥିବା ଜଣାପଡ଼ିଛି ।

ଫିରିଙ୍ଗିଆ ଥାନା ଲାମପଦ ଗାଁରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ଶତ୍ରୁତା ରହିଥିଲା ନା କେବଳ ମଦ ପାଇଁ ଏହି କାଣ୍ଡ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।