fbpx

ସରକାରୀ ଚାକିରୀ ଦେବା ନାଁରେ ଲୋକଙ୍କ ଠାରୁ ଲୁଟୁଥିଲେ ଡିଏସପିଙ୍କ ସ୍ତ୍ରୀ !

ନୂଆଦିଲ୍ଲୀ : ସରକାରୀ ଚାକିରୀ ଦେବା ନାଁରେ ଲୋକଙ୍କ ଠାରୁ ଲୁଟୁଥିଲେ ଡିଏସପିଙ୍କ ସ୍ତ୍ରୀ । ଅଭିଯୋଗ ଆସିଲା ପରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ସ୍ୱାମୀ କେରଳ ପୋଲିସରେ ଅଛନ୍ତି ବୋଲି ସୂଚନା ମିଳିଛି । ପୂର୍ବରୁ ମହିଳାଙ୍କ ନାଁରେ ୯ଟି ମାମଲା ରହିଥିବାବେଳେ ଏଥର ଠକେଇ ଅଭିଯୋଗରେ ପୋଲସି ଅନ୍ୟ ମାମଲା ରୁଜୁ କରିଛି ।

ପୋଲିସ କହିବା ଅନୁଯାୟୀ, ସମ୍ପୃକ୍ତ ମହିଳା ରେଳ ବିଭାଗରେ ଚାକିରି କରାଇ ଦେବେ ବୋଲି କହି ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡପ କରୁଥିଲେ । ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ମଲପୁରମ୍ ଜିଲାସ୍ଥିତ ତାଙ୍କ ବାସଭବନରୁ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଉଠାଇ ନେଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏବେ ମହିଳାଙ୍କୁ ପଚରାଉଚରା ଜାରି ରହିଛିି । ତାଙ୍କ ଡିଏସପି ସ୍ୱାମୀଙ୍କ ବିଷୟରେ ପୋଲିସ କୌଣସି ସୂଚନା ଦେଇନାହିଁ । ସତରେ ତାଙ୍କ ସ୍ୱାମୀ ପୋଲିସରେ ଅଛନ୍ତି କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ଉପୁଜିଛି ।

Get real time updates directly on you device, subscribe now.