fbpx

(Video)ଖରାରେ ଜଳିଗଲା ବାଲ୍‌କୋନୀରେ ରଖାଯାଇଥିବା ୱାଶିଂ ମେସିନ୍‌, ଭାଇରାଲ୍ ହେଉଛି ଭିଡିଓ

Advertisement

ଗାଜିଆବାଦ: ପୁରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅତିଷ୍ଠ ହୋଇପଡିଛି । ବହୁ ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଟପିଯାଇଛି । ଆଜି ନୋଏଡାରେ ଏକ ଏସି ବ୍ଲାଷ୍ଟ ହେବା ପରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଗାଜିଆବାଦରେ ଏକ ଫ୍ଲାଟର ବାଲକୋନୀରେ ରଖାଯାଇଥିବା ୱାଶିଂ ମେସିନରେ ଅଚାନକ ନିଆଁ ଲାଗିଯାଇଥିଲା । ଏହା ଉପରେ ଲୋକଙ୍କ ନଜର ପଡିବା ପରେ ପୁରା ଫ୍ଲାଟରେ ଆତଙ୍କ ଖେଳି ଯାଇଥିଲା । ପୁରା ସୋସାଇଟିର ଲୋକମାନେ ଏକତ୍ରୀତ ହୋଇଯାଇଥିଲେ ଓ କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗାଜିଆବାଦ ରାଜନଗର ଏକ୍ସଟେନସନ୍ ଅଫିସ୍‌ର ସିଟି ୨ ସୋସାଇଟିର । ଏଠାରେ ଏକ ଫ୍ଲାଟର ବାଲ୍‌କୋନୀରେ ୱାଶିଂମେସିନ୍ ରଖାଯାଇଥିଲା । ଲୋକଙ୍କ କହିବା ଅନୁଯାୟୀ ଭୀଷଣ ଖରାରେ ୱାଶିଂମେସିନରେ ମନକୁ ମନ ନିଆଁ ଲାଗିଯାଇଛି । ଦେଖୁ ଦେଖୁ ୱାଶିଂ ମେସିନରୁ ଧୂଆଁ ବାହାରିବାରେ ଲାଗିଲା ଓ ଏହା ପୁରା ପୋଡି ପାଉଁଶ ହୋଇଗଲା । ଏହି ଘଟଣାର ଭିଡିଓ ବି ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି କିପରି ଫ୍ଲାଟରେ ଧୂଆଁ ଉଠୁଛି ଓ ୱାଶିଂ ମେସିନଟି ଜଳି ଯାଉଛି ।

ବାଲକୋନୀରେ ଧୂଆଁ ଦେଖି ଲୋକମାନେ ତୁରନ୍ତ ବିଲ୍ଡିଂ ପାଖରେ ପହଞ୍ଚିଥିଲେ ଓ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ଲୋକମାନେ ନିଆଁ ତ ଲିଭାଇଥିଲେ କିନ୍ତୁ ସେତେବେଳକୁ ମେସିନଟି ପୁରା ଜଳି ଯାଇଥିଲା ।

Get real time updates directly on you device, subscribe now.