fbpx
BSKY SKY
BSKY SKY

ଏହି ୫ଟି ଆପ୍ କାରଣରୁ ଖୁବ୍ ଶୀଘ୍ର ସରିଯାଏ ସ୍ମାର୍ଟଫୋନର ବ୍ୟାଟେରୀ, ତୁରନ୍ତ କରନ୍ତୁ ଡିଲିଟ୍

BSKY

ନୂଆଦିଲ୍ଲୀ: ଆଜିକା ସମୟରେ ସ୍ମାର୍ଟଫୋନ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଉପଲବ୍ଧ ରହିଛି । ସ୍ମାର୍ଟଫୋନ୍ ଥିଲେ ଆପଣ ମାନେ ପୂରା ଦୁନିଆକୁ ନିଜ ହାତ ମୁଠାରେ ଥିବା ପରି ଅନୁଭବ କରିଥାନ୍ତି । ବର୍ତ୍ତମାନ ସମୟରେ ଯେକୌଣସି କାମ ପାଇଁ ସ୍ମାର୍ଟଫୋନ୍ କୁ ଆମେ ବ୍ୟବହାର କରିଥାଉ । ଏହା ଏକ ବହୁଳ ବ୍ୟବହାର ଯୋଗ୍ୟ ଗ୍ୟାଜେଟ୍ । ତେବେ ଏହି ସମୟରେ କିଛି ଲୋକ ସ୍ମାର୍ଟଫୋନ୍ ର ବ୍ୟାଟେରୀକୁ ନେଇ ସମସ୍ୟାର ସାମନା କରିଥାନ୍ତି । କିଛି ସମୟ ଚଳାଇବା ପରେ ଫୋନ୍ ରୁ ଚାର୍ଜ ଶୀଘ୍ର ସରିଯାଏ । ଆଉ ଏଥିପାଇଁ ବ୍ୟବହାରକାରୀ ମାନେ ସ୍ମାର୍ଟଫୋନ୍ କମ୍ପାନୀକୁ ଦାୟୀ କରିଥାନ୍ତି । ହହେଲେ ସେମାନେ ଜାଣି ନଥାନ୍ତି ଯେ, ଫୋନ୍ ରେ ଥିବା କିଛି ଆପ୍ସ କାରଣରୁ ଫୋନ୍ ର ବ୍ୟାଟେରୀ ଶୀଘ୍ର ସରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଆପ୍ କାରଣରୁ ଫୋନ୍ ର ବ୍ୟାଟେରୀ ସରିଥାଏ ।

କ୍ୟାଣ୍ଡି କ୍ରସ୍ ସାଗା ଗେମ୍ ହେଉଛି ସବୁଠାରୁ ଲୋକପ୍ରିୟ ମୋବାଇଲ୍ ଗେମ୍ । କୋଟି କୋଟି ଲୋକ ଏହାକୁ ଟାଇମ୍ ପାସ୍ କରିବା ପାଇଁ ଖେଳିଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି ଏହି ଆପ୍ ପାଇଁ ମୋବାଇଲ୍ ଚାର୍ଜ ସରିଥାଏ । ଯଦି ସମ୍ଭବ ଏହି ଆପ୍ କୁ ଫୋନ୍ ରୁ ଡିଲିଟ୍ କରିଦିଅନ୍ତୁ । ଏହା ସହିତ କ୍ଲାଶ୍ ଅଫ୍ କ୍ଲୋନ୍ ଗେମ୍ ରେ ମଧ୍ୟ ଚାର୍ଜ ଖୁବ୍ ଶୀଘ୍ର ସରିଥାଏ ।

ଫେସବୁକ୍ ର ବ୍ୟବହାର ତ ଆପଣ ମାନେ ନିଶ୍ଚୟ କରୁଥିବେ । ଏହି ଆପ୍ କାରଣରୁ ମଧ୍ୟ ଫୋନ୍ ରୁ ଚାର୍ଜ ଖୁବ୍ ଶୀଘ୍ର ସରିଯାଇଥାଏ । ତେଣୁ ଆପଣ ଫେସବୁକ୍ ଲାଇଟ୍ ବ୍ୟବହାର କରନ୍ତୁ । ଏହାର ବ୍ୟବହାରରେ ଖୁବ୍ ଚାର୍ଜ ସରିଥାଏ । ସେହିପରି ସେକେଣ୍ଡ ହ୍ୟାଣ୍ଡ୍ ଜିନିଷ କିଣାବିକା କରିବାରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଓଏଲଏକ୍ସ ଆପ୍ ରେ ଫୋନର ବ୍ୟାଟେରୀ ଖୁବ୍ ଶୀଘ୍ର ସରିଯାଏ । ୱେଦର ଆପରେ ମଧ୍ୟ ଅଧିକ ବ୍ୟାଟେରୀ ସରିଥାଏ।

Get real time updates directly on you device, subscribe now.