fbpx
BJD SKY
BJD SKY

(Video) କଟକରେ ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି: ମାଲିକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

BJD

କଟକ: କେତେବେଳେ ନକଲି ଖାଇବା ତେଲ, କେତେବେଳେ ନକଲି ଘିଅ ତ କେତେବେଳେ ପୁଣି ନକଲି ସସ୍ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ଚଢ଼ାଉ କରାଯାଉଛି । ଆଉ ଜବତ ହେଉଛି ବିପୁଳ ପରିମାଣର ନକଲି ସାମଗ୍ରୀ । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । ଏହାରି ମଧ୍ୟରେ ଶନିବାର ପୁଣିଥରେ କଟକରେ ଏକ ନକଲି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଛି । ଆଉ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ପୋଲିସ ।

କଟକର ବୟାଳିଶମୌଜାରେ ଚାଲିଥିବା ଏକ ନକଲି ମସଲା ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି ପୋଲିସ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ କରିଛି ପୋଲିସ୍ । ଏହାସହ କାରଖାନାକୁ ସିଲ୍ କରି ମାଲିକଙ୍କୁ ଅଟକ ରଖି ପଚରାଉଚରା ଚଳାଉଛି ପୋଲିସ୍ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.