fbpx

ଦୁର୍ଗାପୂଜା ପାଇଁ ଆସିଲା ଗାଇଡ଼ଲାଇନ, ଜାଣନ୍ତୁ ଏହା ସମ୍ପର୍କରେ..

ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆସୁଛି ଦୁର୍ଗାପୂଜା । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଗାଇଡ଼ ଲାଇନ ଜାରି ହୋଇଛି । ଏହା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଜାରି ହୋଇଛି । ଯେଉଁମାନେ ପୂଜା କରିବେ ଅନୁମତି ନେଇ ନିରାଡ଼ମ୍ବର ସହ ପୂଜା କରିବେ । ଜିଲ୍ଲାଗୁଡ଼ିକରେ ଜିଲ୍ଳାପାଳ ଓ ଟ୍ୱିନ ସିଟିରେ କମିଶନରଙ୍କ ଅନୁମତି ନେବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ୪ଫୁଟ ଉଚ୍ଚତା ଭିତରେ ମୂର୍ତ୍ତି ନିର୍ମାଣ କରିବେ । ପୂଜା ପେଣ୍ଡାଲ ୩ପଟୁ ବନ୍ଦ ରହିବ ଓ କୌଣସି ଭକ୍ତ ଦର୍ଶନ କରିପାରିବେ ନାହିଁ । ପେଣ୍ଡାଲରେ କର୍ତ୍ତାଙ୍କୁ ନେଇ ୭ଜଣରୁ ଅଧିକ ରହିପାରିବେ ନାହିଁ । ଏହାସହ କୋଭିଡ଼ ନିୟମ ମାନି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ । ଏହାସହ ମଣ୍ଡପରେ ମ୍ୟୁଜିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । ସେହିପରି ଭସାଣୀ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କୁତ୍ରିମ ପୋଖରୀରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯିବ । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.