fbpx

ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ଗାଇଡ଼ଲାଇନ ଜାରି, ଜାଣନ୍ତୁ ଗାଇଡ଼ଲାଇନ ସମ୍ପର୍କରେ

ପଶ୍ଚିମବଙ୍ଗ, ୨୫ା୯: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ଆସୁଛି ଦୁର୍ଗପୂଜା । ମହାମାରୀ କରୋନା ସମୟରେ କିପରି ହେବ ଦୁର୍ଗାପୂଜା । ଏହିଭଳି ପରିସ୍ଥିତିରେ ଓ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି କଟକଣା ଭିତରେ ହେବା ନେଇ ପଶ୍ଚିମବଙ୍ଗ ସରକାର କହିଛନ୍ତି । ଏହାସହ ଦୂର୍ଗାପୂଜା ପାଇଁ ଗାଇଡ଼ ଲାଇନ ମଧ୍ୟ ଜାରି କରିଛନ୍ତି ମମତା ବାନାର୍ଜୀ । ଗାଇଡ଼ଲାଇନ ଅନୁସାରେ ପୂଜା ସମୟରେ ପୂଜା ମଣ୍ଡପ ଚାରିପଟୁ ଖୋଲା ରହିବ ଓ ମଣ୍ଡପର ପ୍ରବେଶ ଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯିବ ।ଏହାସହ ସାମାଜିକ ଦୂରତା ରକ୍ଷା କରାଯିବ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । ଏହାସହ ମମତା ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ପ୍ରତି ପୂଜା କମିଟିକୁ ପୂଜା ପାଇଁ ୫୦ହଜାର ଟଙ୍କା ଓ ରାଜ୍ୟର ୮୦ ହଜାର ହକରଙ୍କୁ ୨ହଜାର ଟଙ୍କା ପୂଜା ସହାୟତା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.