fbpx

ଦୂତି ଚାନ୍ଦଙ୍କ ଦବଙ୍ଗଗିରି, କୋଭିଡ ଗାଇଡଲାଇନକୁ ଉଲଂଘନ କରି ପୋଲିସକୁ ନାଲି ଆଖି

ଭୁବନେଶ୍ୱର(ଓଡିଶା ଭାସ୍କର): ଧାବିକା ଦୂତି ଚାନ୍ଦଙ୍କ ଦବଙ୍ଗଗିରି । କୋଭିଡ ଗାଇଡଲାଇନକୁ ଉଲଂଘନ କରି ଭସାଣି କରି ହଟହଟା ହୋଇଛନ୍ତି ଦୂତି । କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ରେ ବିନା ଅନୁମତିରେ କୋଭିଡ୍ ଗାଇଡ ଲାଇନକୁ ଖୋଲାଖୋଲି ଉଲଂଘନ କରି ଭସାଣି କାର୍ଯ୍ୟକ୍ରମ ହେଉଥିଲା । ଏଥିରେ ଡିଜେ ମଧ୍ୟ ଚାଲୁଥିବା ଖବର ମିଳିଛି । ତେବେ ଏ ସଂକ୍ରାନ୍ତରେ ଖବର ପାଇଁ କୁଆଖିଆ ପୋଲିସ ସେଠାରେ ପହଞ୍ଚିଥିଲା ଓ ସେଠାରେ ଚାଲିଥିବା କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା । ତେବେ ଏଥିରେ ଯୋଗ ଦେଇଥିବା ଧାବିକା ଦୂତି ଚାନ୍ଦ ପୋଲିସକୁ ନାଲି ଆଖି ଦେଖାଇଥିଲେ ଓ ଧମକ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.