ଦିଲ୍ଲୀର ସ୍କୁଲକୁ ପୁଣି ବୋମାରେ ଉଡାଇ ଦେବାକୁ ଧମକ, DPSକୁ ଆସିଲା ମେଲ୍
ଦ୍ୱାରକାର ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମା ଧମକ ।
ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାର ଏକ ସ୍କୁଲକୁ ବୋମା ମାଡ଼ ଧମକ ମିଳିଛି । ଏହି ଧମକ ମେଲ୍ ଜରିଆରେ ଆସିଥିବା ସୂଚନା ରହିଛି । ଦ୍ୱାରକାର ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ଏହି ଧମକପୂର୍ଣ୍ଣ ମେଲ୍ ମିଳିଛି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସ୍କୁଲ ପରିସର ଖାଲ-ସକାଳ ପ୍ରାୟ ୭ଟାରେ, ସ୍କୁଲ ପରିଚାଳନା ସଂସ୍ଥା ସ୍କୁଲକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ପାଇଲା। ଏହି ଘଟଣା ସ୍କୁଲରେ ଉତ୍ତେଜନା ସୃଷ୍ଟି କରିଥିଲା। ପ୍ରଶାସନ ତୁରନ୍ତ ସ୍କୁଲ ପରିସର ଖାଲି କରିଦେଇଥିଲା। ଦିଲ୍ଲୀ ପୋଲିସ, ବୋମା ସ୍କ୍ବାଡ୍ ଏବଂ ଅଗ୍ନିଶମ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସ୍କୁଲ ସାରା ଦିନ ପାଇଁ ବନ୍ଦ- ସୁରକ୍ଷା ପାଇଁ ସ୍କୁଲ ସାରା ଦିନ ପାଇଁ ବନ୍ଦ ରଖାଯାଇଛି । ସମସ୍ତ ପରୀକ୍ଷା ଏବଂ କାର୍ଯ୍ୟକଳାପ ସ୍ଥଗିତ ରଖାଯାଇଛି । ପିଲାମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା ଏବଂ ଅଭିଭାବକମାନଙ୍କୁ ବିଭିନ୍ନ ଫାଟକରୁ ପିଲାମାନଙ୍କୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପୂର୍ବରୁ ଅନେକ ଥର ଧମକ ମିଳିଛି- ଏହି ସପ୍ତାହରେ ଡିପିଏସ୍ ଦ୍ୱାରକାକୁ ଏହା ତୃତୀୟ ଥର ପାଇଁ ଧମକ ମିଳିଥିଲା। ଏହି କାରଣରୁ ଅଭିଭାବକ ଏବଂ ସ୍କୁଲ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ପୂର୍ବରୁ ଦୁଇଟି ଧମକ ମଧ୍ୟ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଧମକର ଉତ୍ସ ଖୋଜିବା ପାଇଁ ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।