fbpx

Oh my God! ଭାରତର ଏମିତି ଏକ ଗାଁ; ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟରେ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଜମାରାଶି

ଗୁଜୁରାଟ: ଯଦି ଆମେ ଗାଁ ବୋଲି କହିବା, ତେବେ ପ୍ରଥମ ଦୃଶ୍ୟ ଆମ ମନରେ ଆସିବ କୁଡିଆ ଘର, ଚାଷୀ, କୃଷକ ଇତ୍ୟାଦିର ଛବି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମୀଣ କ୍ଷେତ୍ରରେ ଅନେକ ବିକାଶ ହୋଇଛି । କିନ୍ତୁ ଏବେ ବି ସହରରେ ମିଳୁଥିବା ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ । ତେବେ ଆମ ଦେଶରେ ଏମିତି ଏକ ଗାଁ ରହିଛି ଯାହାକୁ ବିଶ୍ୱର ସବୁଠୁ ଧନୀ ଗାଁ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।

ଧନୀ ଗାଁ କଥା ଭାବିଲେ ପ୍ରଥମେ ଆମେ ବିଦେଶ ବିଷୟରେ ଭାବିବା । କିନ୍ତୁ ଆମ ଦେଶ ଭାରତରେ ରହିଛି ଦୁନିଆର ସବୁଠୁ ଅଧିକ ଧନୀ ଗାଁ । ଏହି ଗାଁର ପ୍ରତ୍ୟେକ ବ୍ୟକ୍ତି ଖୁବ ଧନୀ ହୋଇଥାନ୍ତି । ଏଠାକାର ଲୋକଙ୍କ ପାଖରେ ୫ ହଜାର କୋଟି ଟଙ୍କାର ନଗଦ ଟଙ୍କା ରହିଛି । ତେବେ ଯଦି ହିସାବ କରାଯାଏ ତେବେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ୧୦-୧୫ ଲକ୍ଷ ଟଙ୍କା ରହିଥିବ । ତେବେ ଏମିତି ଧନୀ ଗାଁର ନାମ ମଦପାର ଏବଂ ଏହା ଗୁଜୁରାଟର କଚ୍ଛରେ ଅବସ୍ଥିତ । ଏଠାକାର ଲୋକଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର କ୍ୟାସ ରହିଥାଏ । ସେଥିପାଇଁ ଏହି ଗ୍ରାମ ଭିତରେ ପ୍ରାୟ ୧୭ଟି ବ୍ୟାଙ୍କ ଶାଖା ଖୋଲାଯାଇଛି । ଏହାପରେ ମଧ୍ୟ ଗ୍ରାମର ସବୁ ବ୍ୟାଙ୍କରେ ପ୍ରତିଦିନ ନେଣଦେଣ ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ଏହି ଗାଁ ଅଦିକ ଧନୀ ହେବାର କାରଣ ହେଉଛି ଏଠାକାର ୬୫%ରୁ ଅଧିକ ଲୋକ ହେଉଛନ୍ତି ଏନଆରଆଇ । ସେମାନେ ଆଜି ବି ବିଦେଶରୁ ନିଜ ଲୋକମାନଙ୍କୁ ଡଲାରରେ ଟଙ୍କା ପଠାଇଥାନ୍ତି ।

17 Banks And Rs 5,000 Crore In Deposits, This Gujarat Village Is Richest In The World

ଏହି ଗାଁର ପ୍ରତ୍ୟେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଜମାରାଶି ରହିତିବ । ଗ୍ରାମରେ ୭୬୦୦ରୁ ଅଧିକ ଘର ଥିବା ବେଳେ ବ୍ୟାଙ୍କରେ ଏଠାକାର ବାସିନ୍ଦାଙ୍କର ପ୍ରାୟ ୫ ହଜାର କୋଟି ଟଙ୍କା ଜମା ହୋଇଥାଏ । ତେବେ ଗ୍ରାମର ପ୍ରତିଟି ଘରେ ସହରର ସମସ୍ତ ସୁବିଧା ଉପଲବ୍ଧ ରହିଛି । ଘରେ ଘରେ ଏସି, କୁଲର, ଫ୍ରିଜ, ସୋଲାର ପ୍ୟାନେଲ ସହିତ ଅନ୍ୟାନ୍ୟ ଦାମୀ ଜିନିଷ ରହିଥିବା ଦେଖିବାକୁ ମିଳିଥାଏ । ଏହି ଗାଁରେ ଆଧୁନିକ ହସ୍ପିଟାଲ, ବଡ ସ୍କୁଲ, ପ୍ରାଚୀନ ମନ୍ଦିର, ଗୋଶାଳା ପାର୍କ ଇତ୍ୟାଦିରେ ଭରପୂର ରହିଛି ଏହି ମଦପାର ଗାଁ ।

Get real time updates directly on you device, subscribe now.