fbpx

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ

ଗଞ୍ଜାମ,୮/୮(ଓଡିଶା ଭାସ୍କର): ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଗଞ୍ଜାମର ପାତ୍ରପୁର ବ୍ଲକ ଓ ଗଜପତିର କିଛି ଅଞ୍ଚଳରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ୩.୮ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ସକାଳ ୭ଟା ୧୦ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୟରେ ଲୋକେ ବାହାରକୁ ପଳେଇ ଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

Get real time updates directly on you device, subscribe now.