fbpx

ଆଫଗାନୀସ୍ତାରେ ପୁଣି ଭୂକମ୍ପ ଝଟକା, ପୂର୍ବରୁ ୭ ଅକ୍ଟୋବରରେ ହୋଇଥିଲା ଭୂକମ୍ପ

ନୂଆଦିଲ୍ଲୀ : ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ କହିବା ଅନୁସାରେ ବୁଧବାର ଦିନ ଉତ୍ତର-ପଶ୍ଚିମ ଆଫଗାନୀସ୍ତାରେ ୬.୩ ତୀବ୍ରତାର ଭୂକମ୍ପ ଆସିଛି । ଏହି ଭୂକମ୍ପ ୧୦ କିଲୋମିଟର ଗଭୀରତାରେ ଥିଲା । ଏହା ପୂର୍ବରୁ ୭ ଅକ୍ଟୋବରରେ ଏଠାରେ ଭୂକମ୍ପ ହୋଇଥିଲା । ଏଥିରେ ୨ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ । ହେରାତରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଅନେକ ଲୋକ ମୃତ୍ୟୁ ବରଣ କରିବା ସହିତ ଅନେକ ଘର ମଧ୍ୟ ନଷ୍ଟ ହୋଇଛି । ତେବେ ଏଥିରେ ୨୦ ଟି ଗାଁର ୧,୯୮୩ ଘର ନଷ୍ଟ ହୋଇଛି । ତେବେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହାର ସଠିକ ସୂଚନା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ତେବେ ରିସର୍ଚ୍ଚ ଦଳ ଭୂକମ୍ପ ସ୍ଥଳ ପରିଦର୍ଶନ କରିଥିଲେ ।

ତାଲିବାନ କହିଛି ଯେ ଦଳର କମାଣ୍ଡର ହିବତୁଲ୍ଲା ଅଖଣ୍ଡଜଡାଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ହେରାତ ଯାଇ ଭୂକମ୍ପରେ ପୀଡିତଙ୍କୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି। ତାଲିବାନ ଅନୁଯାୟୀ, ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କ ପାଇଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ୟୁରୋପୀୟ ୟୁନିଅନ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେରାଟ ଭୂକମ୍ପରେ ପୀଡିତଙ୍କୁ ନଗଦ, ଖାଦ୍ୟ ଏବଂ ଚିକିତ୍ସା ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ପ୍ରତିନିଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ୨,୦୫୩ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧,୨୪୦ ରୁ ଅଧିକ ଆହତ ହୋଇଛନ୍ତି।

ଏହାପୂର୍ବରୁ, ଜୁନ୍ ୨୦୨୨ ରେ, ପୂର୍ବ ଆଫଗାନିସ୍ତାନର ଏକ ଦୁର୍ଗମ, ପାର୍ବତ୍ୟ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପରେ ପଥର ଓ କାଦୁଅ ଘର ଭାଙ୍ଗି ପଡିଥିଲା। ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଏହି ଭୂକମ୍ପରେ ସବୁଠାରୁ ମର୍ମନ୍ତୁଦ ଭୂକମ୍ପ ଘଟି ଅତି କମରେ ୧୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ୧୫୦୦ ଲୋକ ଆହତ ହୋଇଥିଲେ।

Get real time updates directly on you device, subscribe now.