fbpx

PF ଟଙ୍କା ବାହାର କରିବାର ସବୁଠାରୁ ସହଜ ଉପାୟ, ଘରେ ବସି ବ୍ୟାଙ୍କ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ମାସ ଶେଷରେ ଅଫିସ୍ ରେ ଦରମା ମିଳିବା ପରେ ମେଡିକାଲ ଇନ୍ସ୍ୟୁରାନ୍ସ, ଇଏମଆଇ ଏବଂ ପିଏଫ୍ ଭଳି ଜିନିଷରେ ଦରମାର କିଛଇ ଅଂଶ ଚାଲିଯାଇଥାଏ । ଯଦି ପିଏଫ୍ କଥା କହିବା ତେବେ ପ୍ରତି ମାସରେ ସେଥିରେ ଟଙ୍କା ଜମା ହୋଇଥାଏ । କମ୍ପାନୀ ତରଫରୁ ଆପଣଙ୍କ ପିଏଫ୍ ଖାତାକୁ ଟଙ୍କା ଯାଇଥାଏ । ବର୍ତ୍ତମାନ ଆପଣ ନିଜ ବ୍ୟାଙ୍କ୍ ଆକାଉଣ୍ଟକୁ ପିଏଫ୍ ଟଙ୍କା ଟ୍ରାନ୍ସଫର୍ କରିପାରିବେ । ତାହା ବି ଖୁବ୍ ସହଜ ଉପାୟରେ । ସାଧାରଣତଃ ପିଏଫ୍ ଟଙ୍କା ବାହାର କରିବା ପାଇଁ ଆପଣଙ୍କୁ ପିଏଫ୍ ଅଫିସ୍ କୁ ଯିବା ପଡେ ନଚେତ୍ କମ୍ପାନୀ ଜରିଆରେ ଫର୍ମ ପଠାଇବାକୁ ପଡ଼ିଥାଏ । ଆଉ ଏହା ପରେ ଯାଇ ପିଏଫ୍ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯାଏ । ହେଲେ ଏବେ ସମୟ ବଦଳିବା ସହିତ ଆର୍ଥିକ ନେଣଦେଣର ପ୍ର୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସିଯାଇଛି ।

ଏବେ ପିଏଫ୍ ଟଙ୍କା ପାଇବାକୁ ଘରେ ବସି ଅନଲାଇନ୍ ମାଧ୍ୟମରେ ପିଏଫ୍ ଟଙ୍କା ପାଇଁ ଆବେଦନ କରିପାରିବେ । ଟେକ୍ନୋଲୋଜିରେ ଅନେକ ଉନ୍ନତି ଆସିଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟରେ ଅନଲାଇନ୍ ମାଧ୍ୟମରେ ପିଏଫ୍ ଟଙ୍କା ପାଇଁ ଆବେଦନ କରିବେ ।

୧. ଯଦି ଆପଣଙ୍କ ପିଏଫ୍ କଟୁଛି ତେବେ ପ୍ରଥମେ ଆପଣ https:unifiedportal mem.epfindia.gov.in ୱେବସାଇଟ୍ କୁ ଯାଆନ୍ତୁ । ଏହା ପିଏଫ୍ ଡିପାର୍ଟମେଣ୍ଟର ଅଫିସିଆଲ ୱେବସାଇଟ୍ । ଏଠାରେ ଆପଣ ୟୁଏନ୍ ନମ୍ବର ଏବଂ ପାସ୍ ୱାର୍ଡ ଲଗଇନ୍ କରନ୍ତୁୂ ।
୨. ଏବେ ଆପଣ ଅନଲାଇନ୍ ଅନଲାଇନ୍ ସର୍ଭିସେସ୍ କୁ ଯାଇ କ୍ଲେମ୍ (ଫର୍ମ ୩୧,୧୯, ୧୦ସି, ୧୦ଡି) ଉପରେ କ୍ଲିକ୍ କରିବାକୁ ହେବ ।
୩. ଏହାପରେ ଆପଣ ୟୁଏନ୍ ସହ ଲିଙ୍କଡ୍ ବ୍ୟାଙ୍କ ଖାତା ନମ୍ବରକୁ ଭରିବାକୁ ହେବ ଓ ଭେରିଫାଇ ଉପରେ କ୍ଲିକ୍ କରିବାକୁ ହେବ ।
୪. ବ୍ୟାଙ୍କ ଖାତା ଭେରିଫାଇ ହେବା ପରେ ଆପଣଙ୍କୁ ସାର୍ଟିଫିକେଟ୍ ଅଫ୍ ଅଣ୍ଡରଟେକିଂ କୁ ଆପ୍ରୁଭ୍ କରିବା ଜରୁରୀ । ଏହାପରେ ପ୍ରୋସିଡ୍ ଫର୍ ଅନଲାଇନ୍ କ୍ଲେମ୍ ଉପରେ କ୍ଲିକ୍ କରିବାକୁ ହେବ ।
୫. ଏବେ ଆପଣଙ୍କୁ ପିଏଫ୍ ବାହାର କରିବାର କାରଣ ପଚରାଯିବ ଓ ଏହାପରେ ଆପଣ ନିଜର ଠିକଣା ଭରିବାକୁ ହେବ । ଏଠାରେ ବ୍ୟାଙ୍କ ପାସ୍ ବୁକ କିମ୍ବା ଚେକ୍ ର ଏକ ସ୍କାନ୍ କପି ଅପଲୋଡ୍ କରିବାକୁ ହେବ ।
୬. ଏହାପରେ ନିୟମ ଓ ସର୍ତ୍ତାବଳୀ ବକ୍ସ ଉପରେ କ୍ଲିକ୍ କରି ଗେଟ୍ ଆଧାର ଓଟିପି ଉପରେ କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ ଆଧାର ସହିତ ଲିଙ୍କ ଥିବା ଫୋନ୍ ନମ୍ବରକୁ ଆସିବ ।
୭. ଏହାପରେ ଓଟିପି ଭରିବା ପରେ ସବମିଟ୍ କରନ୍ତୁ । ଏହାରା କିଛି ଦିନ ପରେ ଆପଣଙ୍କ ଖାତାକୁ ଟଙ୍କା ଆସିଯିବ ।

Get real time updates directly on you device, subscribe now.