ଚଳନ୍ତା ବିମାନରେ ବ୍ୟକ୍ତିଙ୍କ ହାଇଡ୍ରାମା, ଧମକ ଦେଲେ ବମ୍‌ରେ ଉଡ଼ାଇ ଦେବି… ହେଲା ଏମରଜେନ୍ସି ଲ୍ୟାଣ୍ଡିଂ

ପାଇଲଟ୍‌ଙ୍କୁ ଗ୍ଲାସଗୋ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ପଡିଥିଲା।

ୟୁକେ: ବ୍ରିଟେନ୍ ଲୁଟନ୍ରୁ ଗ୍ଲାସଗୋ ଯାଉଥିବା ଏକ ଇଜିଜେଟ୍ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଣେ ଯାତ୍ରୀଙ୍କ କାରଣରୁ ପାଇଲଟ୍‌ଙ୍କୁ ଗ୍ଲାସଗୋ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ପଡିଥିଲା।

କାରଣ ସେହି ବ୍ୟକ୍ତି ହଠାତ୍ ଜୋରରେ ଚିତ୍କାର କରିବାକୁ ଲାଗିଲେ ଯେ ‘ଆଲ୍ଲାହୁ ଆକବର, ବିମାନରେ ବୋମା ଅଛି। ଏହା ସହ ଚଳନ୍ତା ବିମାନ ଭିତରେ ଆମେରିକା ମୁର୍ଦାବାଦ ଏବଂ ଟ୍ରମ୍ପ ମୁର୍ଦାବାଦ ନାରା ଦେଇଥିଲେ ବ୍ୟକ୍ତି ଜଣଙ୍କ।

ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଟଏଲେଟ୍‌ରୁ ବାହାରି ଚଳନ୍ତା ବିମାନ ଭିତରେ ଏଭଳି ଡ୍ରାମା କରିଥିଲେ। ବିମାନକୁ ବମ୍‌ରେ ଉଡ଼ାଇଦେବାକୁ ଧମକ ଦେଇ ଜୋରରେ ଚିତ୍କାର କରିଥିଲେ ବ୍ୟକ୍ତି ଜଣଙ୍କ।

ବ୍ୟକ୍ତିଙ୍କର ଏଭଳି କାରନାମା ଦେଖି ଅନ୍ୟ ଯାତ୍ରୀ ତାଙ୍କୁ କାବୁ କରିଥିଲେ। ଯାହା ପରେ ବିମାନଙ୍କ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏଟିସିରେ ସମ୍ପର୍କରେ ଗ୍ଲାସଗୋ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ଏହା ପରେ ଧମକ ଦେବା, ବିରୋଧ ନାରା ଲଗାଇବା ଅଭିଯୋଗରେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ବ୍ୟକ୍ତିଙ୍କ ବୟସ ୪୧ ବର୍ଷ ବୋଲି କୁହାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଭିଡିଓର ତଦନ୍ତ କରୁଛି ଆତଙ୍କବାଦ ବିରୋଧୀ ବିଭାଗ।

ଗ୍ଲାସଗୋ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ଯାତ୍ରୀଙ୍କ ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ନାହିଁ।

ଗତ କିଛି ଦିନ ଧରି ପ୍ରତିଦିନ କୌଣସି ନା କୌଣସି ବିମାନର ଜରୁରୀକାଳୀନ ଅବତରଣ ଘଟୁଛି। ଚଳିତ ମାସ ୨୨ ଜୁଲାଇରେ ଡାଲାମାନ-ଏଡିନବର୍ଗ ବିମାନ EZY3282ର ଜରୁରୀକାଳୀନ ଅବତରଣ କରାଯାଇଥିଲା।

ଡାଲାମାନ (ତୁର୍କୀ) ରୁ ଏଡିନବର୍ଗ ଯାଉଥିବା ଇଜିଜେଟ୍ ବିମାନକୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୋଫିଆ (ବୁଲଗେରିଆ) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଯାତ୍ରୀମାନଙ୍କ ପାଇଁ ରାତି ରହଣି ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲା।

୨୧ ଜୁଲାଇରେ ଏୟାର ଇଣ୍ଡିଆର କୋଚି-ମୁମ୍ବାଇ ବିମାନ AI-2744 ର ଦୁର୍ଘଟଣାଜନିତ ଅବତରଣ ହୋଇଥିଲା। ପ୍ରକୃତରେ, କୋଚିରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର A320 ବିମାନ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେରୁ ଖସି ଯାଇଥିଲା।

ବିମାନଟି ରନୱେ ୨୭ ରୁ ବାହାରି ଟ୍ୟାକ୍ସିୱେରେ ଅଟକି ଯାଇଥିଲା, ଯାହା ଫଳରେ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ପୂର୍ବରୁ ୧୬ ଜୁଲାଇରେ ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ 6E 2176ର ଗୋଟିଏ ଇଞ୍ଜିନ ଫେଲ୍ ହେବା ଯୋଗୁଁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।