fbpx

ଏଣିକି ଶସ୍ତାରେ ମିଳିବ ଖାଇବା ତେଲ: କେନ୍ଦ୍ର ସରକାରଙ୍କ ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଖାଇବା ତେଲର ବର୍ଦ୍ଧିତ ଦରକୁ ନେଇ ଜନସାଧାରଣ ଅସନ୍ତୋଷ ମଧ୍ୟରେ ରହିଛନ୍ତି । ତେଣୁ ଲୋକଙ୍କର ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି । କ୍ରୁଡ ପାମ ତେଲ ଉପରୁ ସରକାର କଷ୍ଟମ ଡ୍ୟୁଟି ହ୍ରାସ କରି ୫.୫ ପ୍ରତିଶତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯିବା ଦ୍ୱାରା ଉପଭୋକ୍ତାଙ୍କୁ ବେନିଫିଟ୍ ମିଳିବ ବୋଲି ଆଶା କରାଯାଉଛି ।

ଏନେଇ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପାମ ତେଲ ଉପରେ ପୂର୍ବରୁ କଷ୍ଟମ ଡ୍ୟୁଟି ୮.୨୫ ପ୍ରତିଶତ ରହିଥିବା ବେଳେ ଏବେ ତାହା ୫.୫ ପ୍ରତିଶତ ହେବ । ଏଥିସହ ଏହି ତୈଳ ଉପରେ ୫ ପ୍ରତିଶତର କୃଷି ଅବସରଞ୍ଚନା ବିକାଶ ଉପକର ଲାଗିବ । ଏହି କର ହ୍ରାସ ପରେ ଏଣିକି ତୈଳ ଦର କ୍ୱିଣ୍ଟାଲ ପିଛା ୨୮୦ ଟଙ୍କାକୁ ଖସିଆସିବ । ଏହାପୂର୍ବରୁ ସରକାର ଗତବର୍ଷ ଅକ୍ଟୋବର ମାସରେ ଖାଇବା ତେଲ ଉପରୁ ଆମଦାନୀ କର ହ୍ରାସ କରିଥିଲେ । ଭାରତ ତା’ର ଆବଶ୍ୟକତାର ୬୦ ପ୍ରତିଶତ ଖାଇବା ତେଲ ଆମଦାନୀ କରି ଭରଣା କରିଥାଏ । ଇଣ୍ଡୋନେସିଆ ଓ ମାଲେସିଆ ପରି ଦେଶମାନଙ୍କରୁ ଭାରତ ପାମୋଲିନ ଓ ପାମ ତେଲ ଆମଦାନୀ କରିଥାଏ । ତେବେ କେନ୍ଦ୍ର ସରକାରଙ୍କ ଏହି କର ହ୍ରାସ ଫଳରେ ଜନତାଙ୍କୁ ନିଶ୍ଚିତ ଭାବେ ସୁଫଳ ମିଳିବ ।

Get real time updates directly on you device, subscribe now.