fbpx

ପ୍ରଖର ମସ୍ତିସ୍କ ପାଇଁ ଖାଆନ୍ତୁ ଏହି ୧୦ଟି ଜିନିଷ, ଶରୀର ପାଇଁ ମଧ୍ୟ ଖୁବ୍ ଲାଭକାରୀ

ନୂଆଦିଲ୍ଲୀ: ମଣିଷର ମସ୍ତିସ୍କ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ଏହା କାମ କରିଲେ ହିଁ ଅନ୍ୟ ଅଙ୍ଗ ଗୁଡ଼ିକ ସଠିକ୍ ଭାବରେ କାମ କରିଥାଏ । ତେଣୁ ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଆମର ବ୍ରେନ୍ ବା ମସ୍ତିସ୍କର ସଠିକ୍ ଭାବେ କାମ କରିବା ନିହାତି ଜରୁରୀ । ତେଣୁ ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚାଲନ୍ତୁ ଜାଣିବା ୧୦ଟି ଜିନିଷ ସମ୍ପର୍କରେ ଯାହା ନେବା ଦ୍ୱାରା ମସ୍ତିସ୍କ ପାଇଁ ସର୍ବଦା ଲାଭକାରୀ ହୋଇଥାଏ ।

ଉକ୍ତ ୧୦ଟି ଜିନିଷ ହେଉଛି; ପାଳଙ୍ଗ, ଅଖରୋଟ, ଶାଗୁ, କଫି, ଡାର୍କ ଚକଲେଟ୍, ମାଛ, ସବୁଜ ପନିପରିବା, ବ୍ଲାକବେରୀ, ପାଣି ଓ କ୍ଷୀର । ଏହିସବୁ ଜିନିଷ ଶରୀର ପାଇଁ ତଥା ମସ୍ତିସ୍କ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ପାଳଙ୍ଗରେ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ର ମାତ୍ରା ଅଧିକ ରହିଥାଏ । ଯାହା ଶିଖିବାର କ୍ଷମତାକୁ ବଢ଼ାଇଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ବି୬, ଇ ଏବଂ ଫୋଲେଟ୍ ଅଧିକ ପରିମାଣରେ ରହିଥାଏ ।

ସେହିପରି ଅଖରୋଟରେ ମଧ୍ୟ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ । ଏହା ଖାଇବା ଦ୍ୱାରା ଶ୍ମୃତି ଶକ୍ତି ପ୍ରଖର ହୋଇଥାଏ । ଏହାବାଦ୍ ଶାଗୁ ଦାନାରେ କାର୍ବୋହାଇଡ୍ରେଟ୍, ଓମେଗା ୩, ଭିଟାମିନ୍-୩ ଓ ଭିଟାମିନ୍-ବି ରହିଥାଏ । ଯାହା ମସ୍ତିସ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ସେହିପରି କଫି ପିଇବା ଦ୍ୱାରା ଏକାଗ୍ରତା ବଢ଼ିଥାଏ । ଏହାବାଦ୍ କଫି ବ୍ରେନ୍ ରେ ଆଣ୍ଡିଅକ୍ସିଡେଣ୍ଟ୍ ପହଞ୍ଚାଇଥାଏ । ଏହି କ୍ରମରେ ଡାର୍କ ଚକଲେଟ୍, ମାଛ, ସବୁଜ ପନିପରିବା ଭଳି ଜିନିଷ ଶରୀରକୁ ଯୋଗାଇବା ନିହାତି ଦରକାର ।

Get real time updates directly on you device, subscribe now.