fbpx

ଶରୀର ପାଇଁ ଲାଭଦାୟକ କ୍ୟାପ୍‌ସିକମ୍‌, ଜାଣନ୍ତୁ କଣ ସବୁ ମିଳିଥାଏ ଫାଇଦା

ବଜାରରେ ଅତି ସହଜରେ କ୍ୟାପ୍ସିକମ ମିଳିଯାଇଥାଏ। ଏହା ତରକାରୀ ପାଇଁ ବେସି ଆବଶ୍ୟକ ନଥିଲେ ମଧ୍ୟ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରେ।ବଜାରରେ ଲାଲ୍‌, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ମିଳିଥାଏ।କ୍ୟାପ୍ସିକମ‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି, ବିଟା-କେରୋଟିନ୍‌ ରହିଛି। ଆସନ୍ତୁ ଜାଣିବା କ୍ୟାପ୍ସିକମ ଖାଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ।

କ୍ୟାପ୍ସିକମରେ ଥିବା ଭିଟାମିନ୍‌ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

କ୍ୟାପ୍ସିକମ ଷ୍ଟ୍ରେସ୍‌କୁ କମ୍‌ କରେ ମସ୍ତିଷ୍କ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ।ଏହା ଶ୍ୱାସ ଓ କ୍ୟାନସର୍‌ ପରି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

କ୍ୟାପ୍ସିକମରେ ବହୁତ କମ୍‌ କ୍ୟାଲୋରୀ ଥିବାରୁ ଶରୀରରେ ଥିବା ମେଟାବୋଲିଜିମ୍‌କୁ ମଜବୁତ୍‌ କରି ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ।

କ୍ୟାପ୍ସିକମରେ ଭିଟାମିନ୍‌ ଏ, ସି, ଫ୍ଲାଭୋନୋଏଡସ୍‌, ଆଲ୍‌କାଲୋଏଡସ୍‌ ଓ ଟାନିସ୍‌  ରହିଛି ଯାହା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଭାବରେ ଶରୀରରେ କାର୍ଯ୍ୟ କରିଥାଏ।

ଏଥିରେ ଥିବା ଫ୍ଲାଭୋନୋଏଡସ୍‌ ତତ୍ତ୍ୱ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ଓ ବିଭିନ୍ନ ରୋଗରୁ ଦୂରେଇ ରଖେ। ଶରୀରରେ ଅମ୍ଳଜାନର ପ୍ରବାହକୁ ଠିକ୍ ରଖିବାରେ ଏହା ସାହାଯ୍ୟ କରେ।

କ୍ୟାପ୍ସିକମରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଶରୀର ପାଇଁ ବେଶ ଲାଭ ଦାୟକ ହୋଇଥାଏ।

 

Get real time updates directly on you device, subscribe now.