fbpx

ଅତ୍ୟଧିକ ଅଣ୍ଡା ଖାଇବା ବି କ୍ଷତିକାରକ

Advertisement

ଅଣ୍ଡା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ପିଲାମାନେ ଅଣ୍ଡା ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଏଥିରେ ପ୍ରୋଟିନ୍, ମିନେରାଲ୍ସ୍, ଭିଟାମିନ୍ ଭଳି ପୋଷକ ଭରପୁର ଥାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଅଣ୍ଡା ଖାଇବା ଆମ ଶରୀର ପାଇଁ ହିତକର ହୋଇନଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ । ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିସତ ବଢିପାରେ । ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇ​‌ଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ ।

ବିଶ୍ବରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ ବିଶ୍ୱରେ ପାଖାପାଖି ୬ ପ୍ରତିଶତ ଲୋକେ ନିଜର ଜୀବନ ଶୈଳୀ ଯୋଗୁ ରୋଗରେ ପଡ଼ିଥାନ୍ତି । ଆଉ ଏହିସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ଆମକୁ ନିଜ ଲାଇଫ ଷ୍ଟାଇଲ ପ୍ରତି ଧ୍ୟାନ ଦେବାକୁ ପଡିବ ଓ ଅଣ୍ଡା ଖାଇବା ପ୍ରତି ଧ୍ୟାନ ଦେବାକୁ ପଡିବ ।

Get real time updates directly on you device, subscribe now.