fbpx

ଅଧିକ କିସମିସ୍ ଖାଇବା ବି କ୍ଷତି, ନମାନିଲେ ଭୋଗିବେ

କିସମିସ୍‌ ଏକ ପ୍ରକାର ଡ୍ରାଇ ଫ୍ରୁଟ୍‌, ଯାହା ଅଙ୍ଗୁରକୁ ସୁଖାଇ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଯେତିକି ଟେଷ୍ଟି ଲାଗିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। ନିୟମିତ କିସମିସ ଖାଇଲେ ଶରୀରକୁ ଅନେକ ଉପକାରୀ ତତ୍ତ୍ୱ ମିଳିଥାଏ । କିଷମିସରେ ଆଇରନ, ପୋଟାସିୟମ, ଭିଟାମିନ-ବି, କ୍ୟାଲସିୟମ, ମ୍ୟାଗନେସିୟମ, ଫାଇବର ଆଦି ଉପାଦାନ ମିଳିଥାଏ । ଶରୀର ଗରମ ରହୁଥିବାରୁ ଏହାକୁ ଅଧିକାଂଶ ଲୋକ ଶୀତ ଋତୁରେ ଖାଇଥାନ୍ତି । ଏନିମିଆ ବା ରକ୍ତହୀନତାରୁ ହିଁ କିସମିସ ରକ୍ଷା କରିଥାଏ । ଏହାକୁ ସେବନ କରିବା ଦ୍ୱାରା ପାଚନ ପକ୍ରିୟା ମଜବୁତ ହେବା ସହ ହାଡ ଶକ୍ତ ହୋଇଥାଏ । ସ୍ୱାଦିଷ୍ଟ ହୋଇଥିବାରୁ ପିଲାମାନେ ବି ଏହାକୁ ଖୁବ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରରେ କିସମିସ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ..

– ଯେଉଁ ମାନଙ୍କର ଆଲର୍ଜି ଥାଏ ସେମାନେ ବି କିସମିସ ଖାଇବା ଉଚିତ ନୁହେଁ । ନଚେତ କୁଣ୍ଡାଇହେବା, ରାଶେଜ ପରି ସମସ୍ୟା ଉପୁଜିଥାଏ | ଯଦି ବି ଖାଇବେ କିନ୍ତୁ ପରିମାଣ କମ ରଖିବା ଉଚିତ ।

– ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଭୁଲରେ ବି କିସମିସ ଖାଇବା ଉଚିତ ନୁହେଁ । କାରଣ ଏଥିରେ ଫରୁକଟୋଜ ଭରପୁର ମାତ୍ରରେ ଥାଏ । ଯାହାକି ଓଜନ ବଢ଼ାଇଥାଏ ।

– ଅଧିକ କିସମିସ ଖାଇଲେ ବାନ୍ତି ସମେତ ଡ଼ାଇରେରିଆ ସମସ୍ୟା ଉପୁଜେ । ଯଦି ଆପଣଙ୍କ ପାଚନ ତନ୍ତ୍ରରେ କୌଣସି ଅସୁବିଧା ଥାଏ ବା ପାଚନ ତନ୍ତ୍ର ଦୁର୍ବଳ ଥାଏ ତେବେ କିସମିସ ଠାରୁ ଦୁରେଇ ରୁହନ୍ତୁ ।

– ହୃଦରୋଗୀ ମାନେ ବି କିସମିସ ଠାରୁ ଦୁରେଇ ରହିବା ଉଚିତ । କାରଣ ଏଥିରେ ଅଧିକ ଟ୍ରାଇଗ୍ଲିସରାଇଡିଶ ଥାଏ | ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ନୁହେଁ ।

Get real time updates directly on you device, subscribe now.