fbpx

ଅର୍ଥ ବ୍ୟବସ୍ଥାରେ ସୁଧାର ଦେଖାଯାଉଛି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, ୧୩ା୧୨: ଅର୍ଥ ବ୍ୟବସ୍ଥା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ । ନିବେଶ ବଢ଼ାଇବାକୁ କର୍ପୋରେଟ ଟାକ୍ସ ହ୍ରାସ କରାଯାଇଛି । ସରକାରୀ କମ୍ପାନୀର ବକେୟା ପରିଶୋଧ ଉପରେ ଗୁରୁତ୍ୱ ଦିଆଯାଇଛି । ଅର୍ଥ ବ୍ୟବସ୍ଥାରେ ସୁଧାର ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ମାସ ୨୯ତାରିଖ ଦିନ ଦ୍ୱିତୀୟ ତିନି ମାସର ଅଭିବୃଦ୍ଧି ହାର ଜଣାପଡ଼ିଥିଲା । ଯେଉଁଥିରେ ପୁଣି ୦.୫% ହ୍ରାସ ପାଇ ଅଭିବୃଦ୍ଧି ହାର ୪.୫% ରେ ପହଞ୍ଚିଥିଲା । ପ୍ରଥମ ତିନିମାସରେ ଜିଡ଼ିପି ଅଭିବୃଦ୍ଧି ହାର ୫% ଥିଲା । ଦେଶର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିଲା ।

Get real time updates directly on you device, subscribe now.