fbpx
BSKY
BJD MC SKY
BJD YOUTH SKY

୩୫୧ କୋଟି ଦୁର୍ନିତୀ ମାମଲାରେ ହେମନ୍ତ ସୋରେନଙ୍କର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସହ ରହିଛି ସଂପର୍କ, ଇଡିର ବଡ ଅଭିଯୋଗ

ନୂଆଦିଲ୍ଲୀ: ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ ବଢିବାରେ ଲାଗିଛି । ଇଡି ଏବେ ତାଙ୍କ ବିରୁଦ୍ଧରେ ଆଉ ଏକ ବଡ ଅଭିଯୋଗ ଆଣିଛି । ଇଡି ଅଭିଯୋଗ କରିଛି କି କଂଗ୍ରେସର ବିବାଦୀୟ ସାଂସଦ ଧୀରଜ ସାହୁଙ୍କ ୩୫୧ କୋଟିର ଦୁର୍ନିତୀ ମାମଲାରେ ହେମନ୍ତ ସୋରେନଙ୍କ ସଂପୃକ୍ତି ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ ବର୍ଷ ଡିସେମ୍ବରରେ ସାଂସଦ ଧୀରଜ ସାହୁଙ୍କ ସଂପତ୍ତି ରେଡ୍ ସମୟରେ ଆୟକର ବିଭାଗ ତାଙ୍କ ଘରୁ ୩୫୧ କୋଟି ଟଙ୍କା ଜବତ କରିଥିଲା । ତେବେ ଏତେମାତ୍ରାରେ କ୍ୟାସ୍ ଜବତ ହେବା ଘଟଣା ସେତେବେଳେ ଖବରର ଶୀର୍ଷୋନାମା ପାଲଟିଥିଲା । ଏହି ପାହାଡ ସମାନର ଟଙ୍କା ଗଣିବାକୁ ସେତେବେଳେ ଆୟକର ବିଭାଗ ଅଧିକାରୀଙ୍କୁ ଦିନ ପରେ ଦିନ ଲାଗି ଯାଇଥିଲା । ଏହି ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହୋଇଥିଲେ । ଏକ ନ୍ୟୁଜ୍‌ପେପରର କ୍ଲିପ୍ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଥିଲେ ଗୋଟି ଗୋଟି କରି ସବୁ କଳା ଟଙ୍କା ତାଙ୍କ ଠାରୁ ଜବତ କରାଯାଉ । ଏହାସହିତ ପ୍ରଧାନମନ୍ତ୍ରୀ କହିଥିଲେ ସମସ୍ତ ଦେଶବାସୀ ଏହି କଳାଧନର ପାହାଡ ଉପରେ ଥରେ ଆଖି ବୁଲାନ୍ତୁ ଓ ପରେ ସେମାନଙ୍କ ନେତାଙ୍କ ମୁହଁରୁ ନିର୍ଗତ ହେଉଥିବା ସାଧୁବାଣୀ ଶୁଣନ୍ତୁ ।

ଏବେ ଇଡି କହିଛି ହେମନ୍ତ ସୋରେନଙ୍କ ଘରୁ ଜବତ ହୋଇଥିବା ବିଏମଡବ୍ଲ୍ୟୁ କାର୍ ସାଂସଦ ସାହୁଙ୍କ ମାନେସର ସ୍ଥିତ ଫାର୍ମ ନାମରେ ପଞ୍ଜିକୃତ ହୋଇଛି । ଗତ ବର୍ଷ ଡିସେମ୍ବରରେ ଆୟକର ବିଭାଗ କଂଗ୍ରେସ ନେତା ଧୀରଜ ସାହୁଙ୍କ ଘରେ ଚଢଉ କରିଥିଲା ଓ ୩୫୧ କୋଟି ଟଙ୍କା ସହିତ ଅଗଣିତ ଧନ ସଂପତ୍ତି ଜବତ କରିଥିଲା । ଏହି ସମୟରେ ଜବତ ଟଙ୍କାକୁ ଗଣିବା ଲାଗି ୪୦ଟି ଟଙ୍କା ଗଣିବା ଯନ୍ତ୍ର ନିୟୋଜିତ ହୋଇଥିଲା । ତେବେ ଏହି ଘଟଣା ପରେ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ସଂପର୍କ ଛିନ୍ନ କରିଥିଲା ।
ଏହି ରେଡ୍ ପରେ ବିଜେପି କହିଥିଲା କିପରି ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ ଦୁର୍ନିତୀ କରିବାର ପରମ୍ପରାକୁ ପିଢି ପରେ ପିଢି ବଜାୟ ରଖିଆସିଛି ।

Get real time updates directly on you device, subscribe now.