fbpx
BSKY
BJD MC SKY
BJD YOUTH SKY

BYJU’S ଅଫିସରେ ED ରେଡ୍: CEO ରବିନ୍ଦ୍ରନଙ୍କ ବିରୋଧରେ ଆସିଲା FEMA ନିୟମ ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଏଡଟେକ କମ୍ପାନୀ ବାୟଜୁସ ଅଫିସରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (ଫେମା) ନିୟମ ଉଲ୍ଲଂଘନ ନେଇ କମ୍ପାନୀ ବିରୋଧରେ ଅଭିଯୋଗ ଆସିଛି । କମ୍ପାନୀର ସିଇଓ ବାୟଜୁ ରବିନ୍ଦ୍ରନଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ କିଛି ଆପତ୍ତିଜନକ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡାଟା ଜବତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଫେମା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଇଡି ବେଙ୍ଗାଲୁରୁ ସ୍ଥିତ ବାୟଜୁସ୍ ଅଫିସରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ଅବସରରେ କମ୍ପାନୀର ସିଇଓ ରବିନ୍ଦ୍ରନଙ୍କ ଘର ଓ ଅଫିସରେ ରେଡ୍ କରାଯାଇଥିଲା । ଏହି ରେଡ୍ ସମୟରେ ଇଡି ଟିମ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା । ରବିନ୍ଦ୍ରନଙ୍କ କମ୍ପାନୀ ‘ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ’ (ବାୟଜୁସ୍ ଅନଲାଇନ୍ ଲର୍ଣ୍ଣିଂ ପ୍ଲାଟଫର୍ମ) ଫେମା ନିୟମ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଆସିଥିଲା ।

ତେବେ ଲୋକଙ୍କଠାରୁ ମିଳିଥିବା ଏକାଧିକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ବହୁବାର ରବିନ୍ଦ୍ରନଙ୍କ ନିକଟକୁ ସମନ ପଠାଯାଇଥିଲେ ହେଁ ସେ ଏହାକୁ ଅଣଦେଖା କରିଆସୁଥିଲେ । ରବିନ୍ଦ୍ର କେବେ ବି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । କମ୍ପାନୀକୁ ପାଖାପାଖି ୨୮,୦୦୦ କୋଟିର ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ମିଳିଥିବା ଜଣାପଡ଼ିଛି । ବିଦେଶୀ ନିବେଶ ନାମରେ ବିଭିନ୍ନ ବିଦେଶୀ ଅର୍ଥରିଟିଙ୍କୁ ପାଖାପାଖି ୯,୭୫୪ କୋଟି ଟଙ୍କା ପଠାଯାଇଥିବା ମାମଲାର ମଧ୍ୟ ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.