fbpx

କୋଟିପତି ପିଏସଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ପିଏସ୍ ବିରଞ୍ଜି ନାରାୟଣ ସାହୁଙ୍କ ଅର୍ଥ କାରବାରର ତଦନ୍ତ କରିବ ଇଡି । ଅୟ ବର୍ହିଭୁତ ସମ୍ପତି ଅଭିଯୋଗରେ ଗିରଫ ହୋଇଥିବା ପିଏସ୍ ଙ୍କ ମାମଲାର ଇଡି ତଦନ୍ତ କରିବ । କେଉଁଠୁ ଏବଂ କେଉଁ ଉପାୟରେ ଏତେ ରକମର ଟଙ୍କା ଆସୁଥିଲା ସେସବୁର ଖୋଳତାଡ଼ କରାଯିବ । ଖାଲି ସେତିକି ନୂହେଁ ଯେଉଁ ପିଲା ମାନେ ପିଏସ୍ ଙ୍କୁ ଚାକିରୀ ପାଇଁ ଟଙ୍କା ଦେଉଥିଲେ ସେମାନଙ୍କୁ ନେଇ ମଧ୍ୟ ଯାଞ୍ଜ ଆଗକୁ ବଢ଼ାଇପାରେ ଇଡି । ମନି ଲଣ୍ଡରିଂ ଓ ଚାକିରୀ ଆଶାୟୀଙ୍କ ଠାରୁ ଅର୍ଥ ସଂଗ୍ରହର ପୂରା ତଥ୍ୟ ଉଗାଳିବ ପ୍ରବର୍ତ୍ତନ ମନ୍ତ୍ରଣାଳୟ ।

ଅନ୍ୟପଟେ ଏତେ ବଡ଼ କେଳେଙ୍କାରୀରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ତାର ମଧ୍ୟ ଖୋଳତାଡ କରାଯିବ । ଏଣିକି ଏହି ବଡ଼ ଧରଣର ଅର୍ଥ ହଡ଼ପ ମାମଲାର ତଦନ୍ତ ଉଭୟ ଭିଜିଲାନ୍ସ ଏବଂ ପ୍ରବର୍ତ୍ତନ ମନ୍ତ୍ରଣାଳୟ କରିବେ । ତେଣୁ ଏହି କାରବାରରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିପାରେ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.