fbpx

୧୪ ଦିନ ନ୍ୟାୟିକ ହେପାଜତକୁ ଗଲେ ଆର୍ଯ୍ୟନଙ୍କ ସମେତ ୮ ଅଭିଯୁକ୍ତ, ଜେଲ୍ ନା ‘ମନ୍ନତ୍’? ଆଜି ହେବ ଫଇସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗୁରୁବାର ଦିନ ମୁମ୍ବାଇ କୋର୍ଟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛି । ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏସପ୍ଲାନେଡ୍ କୋର୍ଟରେ ହାଜର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ମୁମ୍ବାଇ ସ୍ଥିତ ଅଫିସ୍ କୁ ନେଇ ଯାଇଛନ୍ତି । କାରଣ ନୂଆ କଏଦୀଙ୍କୁ ଏବେ ଜେଲକୁ ନିଆଯାଇ ପାରିବ ନାହିଁ ।

ମୁମ୍ବାଇ କୋର୍ଟର କହିବାନୁସାରେ, ଶ୍ରୁକ୍ରବାର ଅର୍ଥାତ୍ ଆଜି ଦ୍ୱିପହର ୧୨ଟା ୩୦ ମିନିଟ୍ ରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଉପରେ ବିଚାର କରାଯିବ । ତେଣୁ ଏହି ପରିପ୍ରେକ୍ଷୀରେ କୋଟ ପକ୍ଷରୁ ଏନସିବିକୁ ଜବାବ ଦାୟର କରିବାକୁ କୁହାଯାଇଛି । କୋର୍ଟ ଆଗକୁ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ସ୍ପେଶାଲ୍ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋଫିକ୍ ସବଷ୍ଟାନ୍ସେନ୍(ଏନଡିପିସି) କୋର୍ଟ କରିବ ।

 

Get real time updates directly on you device, subscribe now.