fbpx

ଚଳିତ ବଜେଟରେ ଯୁବପୀଢ଼ିଙ୍କ ନିଯୁକ୍ତି ପାଇଁ କ’ଣ ସବୁ ଖାସ୍ ଯୋଜନା କରିଛନ୍ତି ଅର୍ଥମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହା ଚତୁର୍ଥ ବଜେଟ ହୋଇଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧି ୯.୨୭ ରହିବା ନେଇ ଅନୁମାନ କରାଯାଉଛି । ତେବେ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଯୁବବର୍ଗୀଙ୍କୁ କ’ଣ ଉପହାର ପ୍ରଦାନ କରୁଛନ୍ତି, ତା’ ଉପରେ ସମସ୍ତଙ୍କର ନଜର ନିଶ୍ଚିତ ଭାବେ ରହିବ ।

୧- ଦେଶରେ ଏକ ବିଶ୍ୱସ୍ତରୀୟ ୟୁନିଭରସିଟି ପ୍ରତିଷ୍ଠା କରାଯାଇ ଅଲଗା ଅଲଗା ଭାଷାରେ କଣ୍ଟେଣ୍ଟ ଉପଲବ୍ଧ କରାଯିବ । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏହା ସହ ଯୋଡ଼ାଯିବ ।

୨- ପିଲାମାନଙ୍କର ଶିକ୍ଷା ପାଇଁ ପିଏମ୍ ଇ-ବିଦ୍ୟା ଯୋଜନାରେ ୨୦୦ ଟିଭି ଚ୍ୟାନେଲକୁ ସାମିଲ କରାଯିବ । କୋଭିଡ୍ ପାଇଁ ପାଠପଢ଼ାରେ ହୋଇଥିବା କ୍ଷତିକୁ ଏହା ମାଧ୍ୟମରେ ଭରଣା କରାଯିବ ।

୩- ମାର୍କେଟର ଆବଶ୍ୟକକତା ଅନୁଯାୟୀ ଦକ୍ଷତା ବିକାଶ ପ୍ରୋଗ୍ରାମ ଲଞ୍ଚ କରାଯିବ । ଏହା ଦ୍ୱାରା ଆଶାୟୀଙ୍କୁ ରୋଜଗାରକ୍ଷମ ହେବାରେ ସହାୟତା ମିଳିବ ।

୪- ଲଘୁ ଓ କୁଟୀର ଉଦ୍ୟୋଗ ପାଇଁ ୨ ଲକ୍ଷ କୋଟିର ଅତିରିକ୍ତ ଫଣ୍ଡ ଦିଆଯିବ । ସମସ୍ତ ରାଜ୍ୟରେ ସ୍କିଲିଂ କୋର୍ସ ପାଇଁ କିଛି ଆଇଟିଆଇ ଶିକ୍ଷାନୁଷ୍ଠାନ ବଛାଯିବ ।

୫- ୱାର୍ଲ୍ଡ କ୍ଲାସ ୟୁନିଭରସିଟି ଓ ଶିକ୍ଷାନୁଷ୍ଠାନକୁ ଗିଫ୍ଟ ସିଟିରୁ ଅନୁମତି ନେଇ ଫାଇନାନ୍ସିଆଲ ମ୍ୟାନେଜେମେଣ୍ଟ କୋର୍ସ ଅଫର କରାଯିବ । ଏହାଦ୍ୱାରା ଫିନଟେକ, ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ଗଣିତ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି କରାଯିବ ।

୬- କୃଷିକ୍ଷେତ୍ରର ଷ୍ଟାଟଅପ୍ସକୁ ନାବାର୍ଡ ମାଧ୍ୟମରେ ଫଣ୍ଡ ମିଳିବ । ଷ୍ଟାଟଅପ୍ସ ଓ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବା ସହ ଡ୍ରୋନ ଶକ୍ତି ପ୍ରୋଗ୍ରାମକୁ ବୃଦ୍ଧି କରାଯିବ ।

୭- ୫ଟି ଶିକ୍ଷାନୁଷ୍ଠାନକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ପରିଣତ କରାଯିବ । ଏହା ମାଧ୍ୟମରେ ଅର୍ବାନ ପ୍ଲାନିଂ ଓ ଡିଜାଇନ କ୍ଷେତ୍ରକୁ ବିକଶିତ କରାଯିବା ସହ ସାର୍ଟିଫାଏଡ୍ ଟ୍ରେନିଂ ଦିଆଯିବ ।

୮- ଏହି ୫ଟି ଶିକ୍ଷାନୁଷ୍ଠାନ ଦେଶର ଅଲଗା ଅଲଗା କ୍ଷେତ୍ରରୁ ଚିହ୍ନଟ କରାଯିବ । ଏହି ଶିକ୍ଷାନୁଷ୍ଠାନକୁ ୨୫୦ କୋଟିର ଫଣ୍ଡ ଆବଣ୍ଟିତ କରାଯିବ ।

Get real time updates directly on you device, subscribe now.