fbpx

ମହାରାଷ୍ଟ୍ର ରାଜନୀତି: ଶିନ୍ଦେ ଗୋଷ୍ଠୀର ବିଜୟ, ପଦ-ଦଳ-ଚିହ୍ନ ସବୁ ହରାଇଲେ ଉଦ୍ଧବ, ECIଙ୍କ ବଡ଼ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତି ବିବାଦ ଘେରରେ ରହି ଆସିଛି । ଏକତା ମୁମ୍ବାଇର ରାଜନୀତିକୁ ନିୟନ୍ତ୍ରଣ କରୁଥିବା ବାଲା ସାହେବଙ୍କ ମାନସ ପୁତ୍ର ଶିବ ସେନା ପାର୍ଟି ଆଜି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । କାହା ପାଖରେ ରହିବ ଦଳ ଓ ଦଳୀୟ ଚିହ୍ନର କମାଣ ସେନେଇ ଏକନାଥ ଶିନ୍ଦେ ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲି ଆସିଛି । ତେବେ ଏହି ଲଢ଼େଇର ଏବେ ଫାଇନାଲ ରେଜଲ୍ଟ ଘୋଷିତ ହୋଇଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପାଖରୁ ଶିବସେନାର ନାମ ଓ ପାର୍ଟିର ଚିହ୍ନ ଚାଲିଯାଇଛି । ଅପରପକ୍ଷେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଗୋଷ୍ଠୀଙ୍କ ପାଖରେ ଶିବସେନାର ନାମ ଓ ଚିହ୍ନର ଡୋରି ରହିବ । ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତେବେ ଇସିଆଇଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଦ୍ଧବ ଗୋଷ୍ଠୀଙ୍କୁ ଲାଗିଛି ଏକ ବଡ଼ ଝଟକା । ପୂର୍ବରୁ ଏକନାଥଙ୍କ ସୁଚତୁର ଗୋଟି ଚାଳନା ପାଇଁ ହିଁ ଉଦ୍ଧବ ମୁଖ୍ୟମନ୍ତ୍ରୀ ଗାଦିରୁ ହଟିଥିଲେ ।

ତେବେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ପରେ ଶିନ୍ଦେ କହିଛନ୍ତି, ଏହା ହେଉଛି ଲୋକତନ୍ତ୍ରର ବିଜୟ । ଜନସାଧାରଣ ଆମ ସହିତ ଯୋଡ଼ି ହେବାରେ ଲାଗିଛନ୍ତି । ସତ୍ୟର ବିଜୟ ହେବା ସହିତ ବାଲା ବାହେବଙ୍କ ବିଚାରର ବିଜୟ ହୋଇଛି । ଏଥିସହିତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଏହି ବିଜୟର ଶ୍ରେୟ ମିଳିବ । ଅପରପକ୍ଷେ ଏହି ନିଷ୍ପତ୍ତି ପରେ ଶିବସେନା ସାଂସଦ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି, ଏହି ସ୍କ୍ରିପ୍ଟ ପୂର୍ବରୁ ହିଁ ପ୍ରସ୍ତୁତ ଥିଲା । ଦେଶ ତାନାଶାହୀ ଆଡ଼କୁ ବଢ଼ୁଛି । କୁହାଯାଉଥିଲା ଫଳାଫଳ ଆମ ସପକ୍ଷରେ ଆସିବ, ମାତ୍ର ଏବେ ସବୁ କିଛି ବଦଳିଗଲା ।

Get real time updates directly on you device, subscribe now.