Breaking: ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ, ଭାଇକୁ ମାରି ବିଷ ପିଇଦେଲା

ଅଭାବନୀୟ ଘଟଣା। ପ୍ରଥମେ ବଡ଼ ଭାଇକୁ ହତ୍ୟା କଲା। ପରେ ନିଜେ ବିଷ ପିଇଦେଲା।

ବଣାଇ: ବଡ଼ ଭାଇର ମୃତ୍ୟୁକୁ ସହିପାରିନାଲି ସାନ ଭାଇ। ନିଜେ ବିଷ ପିଇଦେଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା କି ବଡ଼ ଭାଇର ମୃତ୍ୟୁ ସାନ ଭାଇ ହାତରେ ହୋଇଛି। ହଁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ମୃତ୍ୟୁ ବରଣ କରିଛି।

ଆଉ ବଡ଼ ଭାଇର ମୃତ୍ୟୁ ପରେ ନିଜେ ବିଷ ପିଇ ଦେଇଛି ସାନ ଭାଇ। ବଡ ଭାଇର ମୃତ୍ୟୁ ପରେ ବିଷ ପିଇ ସାନ ଭାଇ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ସାନ ଭଆଇକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଣାଇ ଅଞ୍ଚଳର ମହୁଲପଦା ଥାନା ଲୁଙ୍ଗା ଗାଁରେ। ସାନ ଭାଇର ତୀରମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି। ହେଲେ କାହିଁକି ବଡ଼ ଭାଇକୁ ହତ୍ୟା କଲା ତାହା ଜଣା ପଡିନାହିଁ। ଗୁରୁତର ସାନ ଭାଇକୁ ବଣାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।