fbpx

ବାପା-ମାଆ ଚାଲିଗଲା ପରେ ୩ ବର୍ଷ ଧରି ଭଉଣୀକୁ ଦୁଷ୍କର୍ମ କରୁଥିଲା ନିର୍ଦ୍ଦୟୀ ଭାଇ

AAKASH

ଅହମଦାବାଦ୍: ବାପା-ମାଆ ଛେଉଣ୍ଡ ହେବା ପରେ ଦୁଃଖର ବାଦଲ ଛାଇଯାଇଥିଲା ଦୁଇ ଭାଇ-ଭଉଣୀଙ୍କ ଉପରେ । ୧୫ ବର୍ଷର ଛୋଟ ଭଉଣୀ ନିଜ ଭାଇକୁ ନିଜର ଦୁନିଆ ଭାବିଥିଲା । କିନ୍ତୁ ଭାଇ ହିଁ ରାକ୍ଷସ ସାଜିବ ବୋଲି କେବେ କଳ୍ପନା କରିନଥିଲା । ପ୍ରକୃତ କଥା ହେଲା ବାପା-ମାଆ ଚାଲିଗଲା ପରେ ଭାଇ(୨୬) ନିଜ ୧୫ ବର୍ଷର ଭଉଣୀକୁ ୩ ବର୍ଷ ଧରି ଲଗାତର ଭାବେ ଦୁଷ୍କର୍ମ କରୁଥିଲା ଏବଂ ଏକଥା ପ୍ରଘଟ କଲେ ଜୀବନରୁ ମାରି ଦେବ ବୋଲି ଧମକ ମଧ୍ୟ ଦେଉଥିଲା । ଏହିଭଳି ଏକ ଛାତିଥରା ଘଟଣା ଆସିଛି ଗୁଜୁରାଟ ଅହମଦାବାଦ୍ ରୁ । ଏନେଇ ୧୫ ବର୍ଷୀୟା ଭଉଣୀ ପୁଲିସ୍ ଥାନାରେ ଅଭିଯୋଗ କରିଛି ।

ଅଭିଯୋଗରେ ପୀଡିତା କହିଛନ୍ତି ଯେ, ବାପା-ମାଆ ଆରପାରିକୁ ଚାଲିଗଲା ପରେ ଭାଇ ଏକ ମାତ୍ର ପରିଜନ ହୋଇଥିଲା । ସେ ତାକୁ ଗତ ୩ ବର୍ଷ ହେବ ଯୌନ ନିର୍ଯ୍ୟାତନା ଦେଇ ଆସୁଛି । ପୀଡିତା ଜଣକ ଭୟରେ ଏହି ମାମଲାରେ ଚୁପ୍ ହୋଇରହିଥିଲେ । କାରଣ ତାଙ୍କୁ ବାରମ୍ବାର ଜୀବନରୁ ମାରିଦେବା ନେଇ ଧମକ ଦିଆଯାଉଥିଲା । ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ଜଣାପଡିଲା ଯେ, ଗତ ୩ ମାସ ହେଲା ପୀଡିତାଙ୍କର ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଛି । ତେଣୁ ସେ ନିଜ ମାଉସୀଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଯିଏକି ତାଙ୍କୁ ନେଇ ହସ୍ପିଟାଲରେ ଚେକ୍ ଅପ୍ କରାଇଥିଲେ । ଆଉ ପୂରା ଘଟଣା ସାମନାକୁ ଆସିଥିଲା ।

ପୀଡିତା କହିଛନ୍ତି ଯେ, ସେ ଯେତେବେଳେ ଏକ ବର୍ଷର ହୋଇଥିଲେ ତାଙ୍କ ବାପା ଚାଲିଯାଇଥିଲେ ଏବଂ ୮ ବର୍ଷର ହୋଇଥିବା ବେଳେ ମାଆ ବି ଚାଲିଗଲେ । ତେଣୁ ସେ ଅଭିଯୁକ୍ତ ଭାଇ ପାଖରେ ଏକ ଭଡା ଘରେ ରହୁଥିଲା । ଏମିତିକି ନିଜ ଭାଇ ବିବାହିତା ଥିବା ସତ୍ତେ୍ୱ ବାରମ୍ବାର ଯୌନ ନିର୍ଯ୍ୟାତନା ଦେଉଥିଲା । ସେ କହିଛନ୍ତି ଯେ, ଯେତେବେଳେ ବି ସେ ତାକୁ ଏକା ଦେଖୁଥିଲେ କିମ୍ବା ତାଙ୍କ ସ୍ତ୍ରୀ ଶୋଇଥିବା ସମୟରେ ସେ ଆସି ତାଙ୍କ ସହିତ ଦୁଷ୍କର୍ମ କରୁଥିଲେ । ଯାହାର ଟେର୍ ଅଭିଯୁକ୍ତର ସ୍ତ୍ରୀ ପାଇନଥିଲେ । ତେବେ ଅଭିଯୁକ୍ତ ଭାଇ ଜଣେ ଦିନ ମଜୁରିଆ । ପୁଲିସ୍ ପୀଡିତାଙ୍କ ବୟାନ ଅଧାରରେ ଅଭିଯୁକ୍ତକୁ ଶିଶୁ ଯୌନ ନିର୍ଯ୍ୟାତନା ସୁରକ୍ଷା ଅଧିନିୟମ ଅଧୀନରେ ଗିରଫ କରିଛି ।

 

Get real time updates directly on you device, subscribe now.