fbpx

EVMରେ ବିଜେପି ଟ୍ୟାଗ୍ ରହିଛି ବୋଲି ଟିଏମସିର ଦାବି ଉପରେ ପ୍ରତିକ୍ରିୟା ରଖିଲେ ନିର୍ବାଚନ କମିଶନ

AAKASH

କୋଲକାତା: ଇଭିଏମ୍ ରେ ‘ବିଜେପି ଟ୍ୟାଗ୍’ ଲାଗିଥିବା ତୃଣମୂଳ କଂଗ୍ରେସର ଅଭିଯୋଗ । ଅଭିଯୋଗ ଆଣିବା ପରେ ଜବାବ ଦେଇଛନ୍ତି ନିର୍ବାଚନ କମିଶନ । ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ତୃଣମୂଳ କଂଗ୍ରେସ କିଛି ଫଟୋ ଟ୍ୱିଟ୍ କରି ଦାବି କରିଛି ଯେ ବାଙ୍କୁରାର ରଘୁନାଥପୁରରେ ୫ଟି ଇଭିଏମ୍ ରେ ବିଜେପି ଟ୍ୟାଗ୍ ମିଳିଛି । ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିଏମସି ନିର୍ବାଚନ କମିଶନଙ୍କୁ ଦାବି କରିଥିଲା ।

ଏହି ଟୁଇଟ୍ ର ଜବାବରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟମାନେ କମନ୍ ଆଡ୍ରେସ୍ ଟ୍ୟାଗ୍ ରେ ଦସ୍ତଖତ କରିଥାନ୍ତି । ଯେହେତୁ କେବଳ ବିଜେପି ପ୍ରତିନିଧିମାନେ କମିସନ୍ ହଲ୍ ରେ ଉପସ୍ଥିତ ଥିଲେ, ତେଣୁ ଇଭିଏମ୍ ଓ ଭିଭିପ୍ୟାଟ୍ ଚଳାଇବା ସମୟରେ ସେମାନଙ୍କ ଦସ୍ତଖତ ହୋଇଥିଲା ।

ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ ମତଦାନ ସମୟରେ ବୁଥ୍ ରେ ଉପସ୍ଥିତ ଥିବା ସମସ୍ତ ଏଜେଣ୍ଟଙ୍କ ଦସ୍ତଖତ ନିଆଯାଇଥିଲା । ନିର୍ବାଚନ କମିଶନଙ୍କ ସମସ୍ତ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରା ତତ୍ତ୍ୱାବଧାନରେ କରାଯାଇଛି । ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ବର୍ତ୍ତମାନ ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନ ପାଇଁ ମଧ୍ୟ ମତଦାନ ଚାଲିଛି ।

 

Get real time updates directly on you device, subscribe now.