fbpx

ଅନୁଚ୍ଛେଦ ୩୭୦ ହଟିବା ପରେ ଲଦାଖରେ ପ୍ରଥମ ଥର ହେଉଛି ନିର୍ବାଚନ, ମତଦାତାମାନଙ୍କର ଲଗିଛି ଲମ୍ବା ଲାଇନ

ଲଦାଖ : କାରଗିଲ ପାଇଁ ଲଦାଖର ୨୬ ଟି ସିଟରେ ଆଜି ମତଦାନ ହେଉଛି । ଅଗ୍େୟ ୨୦୧୯ରେ ଅନୁଚ୍ଛେଦ ୩୭୦ ଉଠିବା ପରେ କେନ୍ଦ୍ର ଶାସିତ ପ୍ରଦେଶ ରୂପରେ ଲଦାଖରେ ଏହା ହେଉଥିବା ପ୍ରଥମ ନିର୍ବାଚନ । କାରଗିଲରେ LAHDC ର ୨୬ ଟି ସିଟ ପାଇଁ ୮୫ ଆଶାୟୀ ପାର୍ଥୀ ଅଛନ୍ତି । ଏହି ମତଦାନରେ ଭାରତୀୟ ଜନତା ପାର୍ଟି ଏବଂ ନ୍ୟାସନାଲ କନଫରେନ୍ସ – କଂଗ୍ରେସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଏହି ନିର୍ବାଚନକୁ ନେଇ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଠାରେ ମତ ଦାନ ପାଇଁ ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳିଛି ।

ନିର୍ବାଚନ ଅଧିକାରୀଙ୍କ ଅନୁସାରେ ମତଦାନ ସକାଳ ୮ ଟାରୁ ଦିନ ୪ ଟା ପର୍ଯ୍ୟନ୍ତ ହେବ । ଏଥିରେ ୪୬,୭୬୨ ମହିଳାଙ୍କ ସମେତ ୯୫,୩୮୮ ମତଦାତା ମତଦାନ କରିବେ । ଏଠାରେ ଆପ ମଧ୍ୟ ୪ଟି ସିଟରେ ନିଜ ଭାଗ୍ୟ ପରିକ୍ଷା କରୁଛି । ଏହା ଛଡା ୨୫ ର୍ନିଦଳୀୟ ଆଶାୟୀ ପାର୍ଥୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି । ଏଠାରେ ନିର୍ବାଚନ ପାଇଁ ପ୍ରଥମ ଥର ଇଲେଟ୍ରି ଭୋଟିଙ୍ଗ ମେସିନ ବ୍ୟବହାର କରାଯାଉଛି । ନିର୍ବାଚନ ଅଧିକାରୀ କହିବା ଅନୁସାରେ ଜିଲ୍ଲାରେ ୨୭୮ ମତଦା କେନ୍ଦ୍ରରୁ ୧୧୪ ଅତି ସମ୍ବେଦନଶିଳ ଏବଂ ୯୯ ସମ୍ବେଦନଶିଳ କେନ୍ଦ୍ର ରହିଛି । ତେବେ ଏଠାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ଯାହା ଫଳରେ ଶାନ୍ତିଶୃଙ୍ଖଳା ସହିତ ମତ ଦାନ କରିହେବ । ମତ ଗଣନା ୮ ଅକ୍ଟୋବରେ ହେବ ଏବଂ ନୂଆ ପରିସଦର ଗଠନ ୧୧ ଅକ୍ଟୋବରରେ ହେବ ।

Get real time updates directly on you device, subscribe now.