fbpx

ଖୋର୍ଦ୍ଧାରୁ କଟିଲା ବିଜୁଳି

ଖୋର୍ଦ୍ଧା,୧୬ ।୧(ଓଡିଶା ଭାସ୍କର): ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଦ୍ୟୁତ୍ କାଟ । ବକେୟା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟିଲା ସେସୁ ବିଭାଗ । ସେସୁ ପ୍ରଥମେ ବାଣିଜ୍ୟକ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟିଛି ।

ତେବେ ଆଜିଠାରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଥିଲା । ବିଲ୍ ଦେଇନଥିବା ବ୍ୟବସାୟିକ ପ୍ରତିଷ୍ଠାନର ବିଜୁଳି କଟିବା ସହିତ କ୍ଷମତା ଥାଇ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ବିଜୁଳି କଟାଯିବ ବୋଲି କୁହାଯାଇଥିଲା । ବିଦ୍ୟୁତ କାଟ୍ ପାଇଁ ୪୧୩ଟି ସ୍କ୍ୱାଡ଼ ଗଠନ ହୋଇଛି । ୯ଟି ଜିଲ୍ଲାରେ କାମ କରିବେ ସେସୁ କର୍ମଚାରୀ । ଏନେଇ ସେସୁ ଏସଜିଏମ ମନୋଜ ସିଂ ସୂଚନା ଦେଇଥିଲେ ।

Get real time updates directly on you device, subscribe now.