fbpx

୭୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆଦାୟ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ବିଜୁଳି ସଂଯୋଗ କାଟ୍ ନେଇ ସେସୁ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ, ରାଜ୍ୟରେ ୭୨.୩୩ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆଦାୟ ହୋଇଛି । ୨୫ ହଜାର ୫୩୧ ଉପଭୋକ୍ତା ସବୁ ବକେୟା ପୈଠ କରିଦେଇଛନ୍ତି । ୨୧ ହଜାର ୩୩୯ ଜଣଙ୍କର ବିଦ୍ୟୁତ୍ ସଂଯୋଗ କଟାଯାଇଥିବା ବେଳେ ୯୨୮୯ ଜଣଙ୍କର ବିଦ୍ୟୁତ୍ ପୁନଃ ସଂଯୋଗ ହୋଇଛି ।’

ଆଶା ଅଛି ସବୁ ଉପଭୋକ୍ତା ବକେୟା ଦେଇଦେବେ । ବକେୟା ଦେଇଦେଲେ ଆମକୁ ଆଉ ବିଜୁଳି ସଂଯୋଗ କାଟିବାକୁ ପଡିବନି ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ।

Get real time updates directly on you device, subscribe now.