fbpx

ଆଖି ବୁଜିଲା ଦନ୍ତାହାତୀ ରାମୁ: ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଅନୁମାନ

ଖୋର୍ଦ୍ଧା: ଖୋର୍ଦ୍ଧା ବନବିଭାଗ ତରଫରୁ ଆସିଛି ଏକ ଦୁଃଖଦ ଖବର । ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ଦନ୍ତାହାତୀ ରାମୁର ମୃତ୍ୟୁକୁ ନେଇ ସୂଚନା ଦେଇଛି ବନବିଭାଗ । ଚନ୍ଦକା ଡମପଡ଼ା ବନଖଣ୍ଡ ଭରତପୁର ଅଭୟାରଣ୍ୟରୁ ରାମୁର ମୃତଦେହ ଠାବ କରାଯାଇଛି । ତେବେ ବିଦ୍ୟୁତଜନିତ ଆଘାତ କାରଣୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ଦନ୍ତାହାତୀ ରାମୁ ମୃତଦେହର ପୋଷ୍ଟମର୍ଟମ କରାଯାଉଛି । ରାମୁର ମୃତ୍ୟୁ ନେଇ ଚନ୍ଦକା ବନବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.