fbpx

ଏବେ ଏକ୍ସ ବା ଟ୍ୱିଟର ଜରିଆରେ ବି ସହଜରେ ମିଳିଯିବ ଚାକିରୀ, ମସ୍କ ଜାରି କଲେ ନୂଆ ଫିଚର

ନୂଆଦିଲ୍ଲୀ: ଯେବେଠାରୁ ଏଲନ ମସ୍କ ଏକ୍ସ ବା ଟ୍ୱିଟରର ଦାୟିତ୍ୱ ହାତକୁ ନେଲେଣି ସେବେଠାରୁ ସେ ଏଥିରେ ୟୁଜର୍ସଙ୍କ ଲାଗି ବହୁ ନୂଆ ଫିଚର ଆଣିବାରେ ଲାଗିଛନ୍ତି । ପୂର୍ବାପେକ୍ଷା ଏବେ ଟ୍ୱିଟର ବହୁତ ଅପଗ୍ରେଡ୍ ହୋଇସାରିଲାଣି । ଏବେ ଏକ୍ସ କେବଳ ଖବର ଓ ତଥ୍ୟ ସେୟାର କରିବାର ପ୍ଲାଟଫର୍ମ ହୋଇ ରହିନାହିଁ ବରଂ ଲୋକମାନେ ଏଥିରେ ରୋଜଗାର ବି କରୁଛନ୍ତି । ଏଲନ୍ ମସ୍କ ଏବେ ଏକ୍ସ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଆଣିଛନ୍ତି ଯାହା ସାହାଯ୍ୟରେ ଆପଣଙ୍କୁ ଚାକିରୀ ପାଇବା ସହଜ ହୋଇଯିବ ।

ମସ୍କ ଟ୍ୱିଟରକୁ ଏପରି ଏକ ପ୍ଲାଟଫର୍ମରେ ପରିଣତ କରିବାକୁ ଚାହୁଁଛନ୍ତି ଯେଉଁଥିରେ ସୋସିଆଲ ମିଡିଆ ସହିତ ଅନ୍ୟ ଜରୁରୀ ଅନଲାଇନ୍ କାମ ବି ହୋଇପାରିବ । ଏହି କ୍ରମରେ ସେ ଏକ୍ସରେ ଏକ ନୂଆ ଫିଚର ଯୋଡି ଦେଇଛନ୍ତି । ଏବେ ଆପଣ ଏଥିରେ ବହୁ ସହଜରେ ଚାକିରୀ ବି ଖୋଜିପାରିବେ । ଏଥିପାଇଁ କମ୍ପାନୀ ‘ଜବ୍ ସର୍ଚ୍ଚ’ ନାମକ ଟୁଲ୍ ଜାରି କରିଛି । ଏକ୍ସର ଏହି ଲାଟେଷ୍ଟ ଫିଚର ସେହି ଲୋକମାନଙ୍କ କାମରେ ଆସିବ ଯେଉଁମାନେ ନିଜ କ୍ୟାରିୟରରେ ନୂଆ ଜବ୍‌ର ସନ୍ଧାନରେ ଅଛନ୍ତି । ଏହି ନୂଆ ଟୁଲ୍ ୟୁଜର୍ସଙ୍କୁ ଲାଟେଷ୍ଟ ଜବ୍ ଖୋଜିବାରେ ସହାୟକ ହେବ । କେବଳ ଏତିକି ନୁହେଁ ବଡ ବଡ କମ୍ପାନୀ ସିଧା ଏକ୍ସରୁ ହିଁ କର୍ମଚାରୀ ଚୟନ କରିପାରିବେ ।

ଏକ୍ସର ଏହି ଫିଚର ଲିଙ୍କଡ୍ ଇନ୍‌କୁ ବି ଟକ୍କର ଦେବ । ଏବେ ଅଧିକାଂଶ ଲୋକ ଚାକିରୀ ପାଇଁ ଲିଙ୍କଡ୍ ଇନ୍‌କୁ ଯାଇ ସର୍ଚ୍ଚ କରୁଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏକ୍ସରେ ଜବ୍ ସର୍ଚ୍ଚ ଟୁଲ୍‌ର ଟେଷ୍ଟିଂ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା । ପ୍ରାୟ ୨ ମାସ ପରେ କମ୍ପାନୀ ଏହାକୁ ୟୁଜର୍ସଙ୍କ ଲାଗି କାର୍ଯ୍ୟକାରୀ କରି ଦେଇଛି ।

ଏକ୍ସରେ କୌଣସି ବି ୱେବ ଭର୍ସନରେ ଆପଣ ଜବ୍ ସର୍ଚ୍ଚ କରିପାରିବେ । ଯଦି ଆପଣ ଜଣେ ଏକ୍ସ ୟୁଜର ଓ ଆପଣଙ୍କ ଆକାଉଣ୍ଟ ଭେରିିଫାଏଡ୍ ନୁହେଁ ତେବେ ଆପଣ ଏହି ଜବ୍ ସର୍ଚ୍ଚ ଟୁଲ୍‌ର ଉପଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ୍ସରେ ଲଗ୍‌ଇନ୍ କରିବାର ଆବଶ୍ୟକତା ରହିଛି । ଏହାପରେ ଆପଣ ଜବ୍ ସର୍ଚ୍ଚ ପେଜ୍‌କୁ ଯାଇ ନିଜ ପସନ୍ଦ ମୁତାବିକ ଜବ୍ ସର୍ଚ୍ଚ କରିପାରିବେ ।

Get real time updates directly on you device, subscribe now.