fbpx

ପୃଥିବୀ ବାହାରେ ଏହି ଗ୍ରହରେ ୧୦ଲକ୍ଷ ଲୋକଙ୍କ ପାଇଁ ବସତି ସ୍ଥାପନ କରୁଛନ୍ତି ଏଲନ ମସ୍କ, ଗେମ୍ ପ୍ଲାନ୍ ପ୍ରସ୍ତୁତ

Advertisement

ନୂଆଦିଲ୍ଲୀ: ବିଶିଷ୍ଟ ଅରବପତି ଏଲନ୍ ମସ୍କ କିଛି ଅସମ୍ଭବ ଓ ନୂଆ କରିବା ଦିଗରେ ଖ୍ୟାତି ଅର୍ଜନ କରିଛନ୍ତି । ଏବେ ସେ ଘୋଷଣା କରିଛନ୍ତି କି ପୃଥିବୀ ବାହାରେ ମଙ୍ଗଳ ଗ୍ରହରେ ୧୦ ଲକ୍ଷ ଲୋକଙ୍କ ଲାଗି ବସତି ସ୍ଥାପନ କରିବେ । ମସ୍କ ରବିବାର ତାଙ୍କର ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି । ମସ୍କ ଏକ୍ସ ଡଟ୍ କମ୍‌ରେ ଏକ ପୋଷ୍ଟରେ ଲେଖିଛନ୍ତି, ଆମେ ୧୦ ଲକ୍ଷ ଲୋକଙ୍କୁ ମଙ୍ଗଳ ଗ୍ରହକୁ ନେଇଯିବା ପାଇଁ ଏକ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛୁ । ସେ କହିଛନ୍ତି ଷ୍ଟାରସିପ୍ ଏ ପର୍ଯ୍ୟନ୍ତ ନିର୍ମିତ ସବୁଠାରୁ ବଡ ରକେଟ୍ ଯାହାକୁ ଆମେ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ନେଇଯିବୁ ।

ସେ କହିଛନ୍ତି ଏକ ସମୟ ଆସିବ ଯେତେବେଳେ ମଙ୍ଗଳ ଗ୍ରହକୁ ଯାତ୍ରା ଏକ ବିମାନ ଉଡାଣ ପରି ହେବ । ଯେଉଁ ୟୁଜର୍ସମାନେ ମଙ୍ଗଳ ଗ୍ରହରେ ଷ୍ଟାରସିପ୍‌ର ଲଞ୍ଚ ବିଷୟରେ ପଚାରିଥିଲେ ସେହିମାନଙ୍କ ଉଦ୍ଦେଶ୍ୟରେ ସେ ଏହି ଉତ୍ତର ରଖିଛନ୍ତି । ଗତ ସପ୍ତାହରେ ମସ୍କ କହିଥିଲେ ଷ୍ଟାରସିପ୍ ୫ ବର୍ଷରୁ କମ୍ ସମୟ ଭିତରେ ଚନ୍ଦ୍ରରେ ପହଞ୍ଚିବାକୁ ସକ୍ଷମ ହେବା ଉଚିତ । ସ୍ପେସ୍‌ଏକ୍ସ ଡ୍ରାଗନ ମହାକାଶ ଯାନ ମହାକାଶଯାତ୍ରୀଙ୍କୁ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଭିତରେ ପୃଥିବୀ ଠାରୁ ସବୁଠାରୁ ଦୂରକୁ ନେଇଯିବ । ମଙ୍ଗଳ ଗ୍ରହରେ ରହିବା ଲାଗି ଆମକୁ ବହୁତ କାମ କରିବାକୁ ହେବ ବୋଲି ସେ କହିଛନ୍ତି ।

ଏହା ବ୍ୟତିତ ଜାନୁୟାରୀରେ ମସ୍କ କହିଥିଲେ କି ଆମର ଆଶା ରହିଛି କି ସ୍ପେସ୍‌ଏକ୍ସ ଆଗାମୀ ୮ ବର୍ଷ ଭିତରେ ଚନ୍ଦ୍ରକୁ ମାନବ ପଠାଇବା ଆରମ୍ଭ କରିବ । ସେ କହିଛନ୍ତି ଆଜିକୁ ୮ ବର୍ଷ ପରେ ଆମେ ମଙ୍ଗଳ ଗ୍ରହକୁ ଲୋକ ପଠାଇବା ସହିତ ଚନ୍ଦ୍ରକୁ ବି ଲୋକ ପଠାଇଥିବୁ ।

Get real time updates directly on you device, subscribe now.