Xର ଦୀପାବଳି ଗିଫ୍ଟ! 40% ଶସ୍ତା ହେଲା ସବସ୍କ୍ରିପସନ୍ ପ୍ଲାନ୍

ନୂଆଦିଲ୍ଲୀ: ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ X (ପୂର୍ବର ଟ୍ୱିଟର) ଦିୱାଲୀ ଅବସରରେ ଏହାର ଉପଭୋକ୍ତାମାନଙ୍କୁ ଏକ ବଡ଼ ଉପହାର ଦେଇଛି । ଏହି ଅବସରରେ X କେବଳ 340 ଟଙ୍କା ପାଇଁ ପ୍ରିମିୟମ ପ୍ଲାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଏହା ଦ୍ବାରା ଶସ୍ତା ମୂଲ୍ୟରେ ବ୍ଲୁ ଟିକ୍ ଏବଂ X ର ପ୍ରିମିୟମ୍ ମେମ୍ବର ପାଇବା ପାଇଁ ଉପଭୋକ୍ତାଙ୍କର ଏକ ବଡ଼ ସୁଯୋଗ ଅଛି । ଯଦି ଆପଣ ମଧ୍ୟ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଆପଣ ଏହି ଅଫରର ଲାଭ ଉଠାଇ ପାଇବେ ।

ସବସ୍କ୍ରିପସନ୍ ପ୍ଲାନରେ ଡିସକାଉଣ୍ଟ- X ର ଦିୱାଲୀ ଅଫର ଅନୁଯାୟୀ, 2ଟି ପ୍ରିମିୟମ୍ ପ୍ଲାନରେ ଡିସକାଉଣ୍ଟ ଉପଲବ୍ଧ ରହିଛି । ଏଥିରେ ପ୍ରିମିୟମ୍ ଏବଂ ପ୍ରିମିୟମ୍ ପ୍ଲସ୍ ଯୋଜନା ଅନ୍ତର୍ଭୁକ୍ତ । କମ୍ପାନୀ X ର ପ୍ରିମିୟମ ପ୍ଲାନରେ 40 ପ୍ରତିଶତ ରିହାତି ପ୍ରଦାନ କରୁଛି । ଡିସକାଉଣ୍ଟ ପରେ ଏହି ମାସିକ ଯୋଜନାର ମୂଲ୍ୟ 566 ରୁ 340 ଟଙ୍କାକୁ ହ୍ରାସ ପାଇବ । ଏକାସାଙ୍ଗରେ, ଯଦି ଆପଣ ଏକ ବର୍ଷର ଯୋଜନା ନେବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ କେବଳ 4080 ଟଙ୍କା ନେଇପାରିବେ । ପୂର୍ବରୁ ଏହି ପ୍ଲାନ 6800 ଟଙ୍କାରେ ଉପଲବ୍ଧ ରହିଥିଲା ।

ପ୍ରିମିୟମ୍ ପ୍ଲାନରେ ଡିସକାଉଣ୍ଟ- ପ୍ରିମିୟମ୍ ପ୍ଲସ ଯୋଜନାରେ ୟୁଜର୍ସଙ୍କୁ 40 ପ୍ରତିଶତ ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଏହାପରେ ପ୍ରିମିୟମ୍ ପ୍ଲସ ପ୍ଲାନ ପାଇବା ପାଇଁ ପ୍ରତିମାସରେ 680 ଟଙ୍କା ଦେବାକୁ ହେବ । ପୂର୍ବରୁ ଏହାର ଦାମ୍ 1133 ଟଙ୍କା ରହିଥିଲା । ଏହି ଯୋଜନା ଅଧୀନରେ, ଉପଭୋକ୍ତାମାନେ ଅନେକ ସୁବିଧା ପାଇପାରିବେ । ଏଥିରେ ବିଜ୍ଞାପନ ମୁକ୍ତ ଏବଂ ଲାର୍ଜେଷ୍ଟ ରିପ୍ଲାଇ ବୁଷ୍ଟ ଫିଚର ମଧ୍ୟ ପାଇପାରିବେ ।