fbpx

ମଣିଷ ମୁଣ୍ଡରେ ଲାଗିବ Elon Muskଙ୍କ ଚିପ୍: ଆମେରିକାର ମଞ୍ଜୁରୀ ପରେ ଲୋକ ବି ପ୍ରସ୍ତୁତ

Advertisement

ନୂଆଦିଲ୍ଲୀ: ଅନ୍ତରୀକ୍ଷ ଏବଂ ଅଟୋମୋବାଇଲ କ୍ଷେତ୍ରରେ ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ମଣିଷର ମସ୍ତିଷ୍କକୁ ନେଇ ଏକ ବଡ଼ ଯୋଜନା କରୁଛନ୍ତି ଏଲନ୍ ମସ୍କ । ଟ୍ୱିଟରର ପୂର୍ବତନ ସିଇଓ ଏଲନ୍ ମସ୍କ ମଣିଷର ବ୍ରେନରେ ନୂଆ ଏକ୍ସପେରିମେଣ୍ଟ କରିବାକୁ ଯାଉଛନ୍ତି । ଏଥିରେ ମଣିଷର ମସ୍ତିଷ୍କ ଭିତରେ ଏକ ସ୍ୱତନ୍ତ୍ର ଚିପ୍ ଲଗାଯିବ ବୋଲି ଜାଣିବାକୁ ମିଳିଛି । ଏହି ଏକ୍ସପେରିମେଣ୍ଟ ପାଇଁ ଏଲନ୍ ମସ୍କ ନୂଆ କମ୍ପାନୀ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି, ଯାହାର ନାମ ରହିଛି Neuralink।

ରିପୋର୍ଟ ଅନୁସାରେ, ଏଲନ ମସ୍କଙ୍କ ଷ୍ଟାର୍ଟଅପ୍ Neuralinkକୁ ବର୍ତ୍ତମାନ ଆମେରିକା ଏଜେନ୍ସି FDA ତରଫରୁ ମଧ୍ୟ ମଞ୍ଜୁରୀ ମିଳିସାରିଛି । ଏହାକୁ ବର୍ତ୍ତମାନ ହ୍ୟୁମାନ୍ ଟ୍ରାଏଲ କରାଯିବା ପାଇଁ କ୍ଲିନ୍ ଚିଟ୍ ଦେଇଛି FDA। ତେବେ ଆସନ୍ତା ସପ୍ତାହ ସୁଦ୍ଧା ଏହି ଟ୍ରାଏଲ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି । ଏହି ଟ୍ରାଏଲରେ Neuralink ମଣିଷ ବ୍ରେନ୍ ସହ ଏକ ଚିପ୍ ଇମ୍ପ୍ଲାଣ୍ଟ କରିବ । ବର୍ତ୍ତମାନ ଏହା ଏକ ଟ୍ରାଏଲ ଭାବରେ ଆରମ୍ଭ କରାଯିବ । ତେବେ ଏହି ଟ୍ରାଏଲ ପାଇଁ ହଜାରରୁ ଅଧିକ ଲୋକ ପ୍ରସ୍ତୁତ ହୋଇଛନ୍ତି । ନିଜ ବ୍ରେନରେ Neuralinkର ଏହି ଚିପ୍ ଲଗାଇବା ପାଇଁ ସ୍ୱଇଚ୍ଛାରେ ପ୍ରସ୍ତୁତ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି ।

ତେବେ ଏହାର କ୍ଲିନିକାଲ ଟ୍ରାଏଲ ଅନୁସାରେ, ସର୍ଜରୀ କରି ମଣିଷ ମସ୍ତିଷ୍କରେ ଏକ ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ୍ (BCI) ଇମ୍ପ୍ଲାଣ୍ଟ କରାହିବ । ଏହାଦ୍ୱାରା ଚିପ୍ ମୁଭମେଣ୍ଟ ଏବଂ ଇଣ୍ଟେନ୍ସନକୁ ମଧ୍ୟ ରିସିଭ କରିବା ସହ ଏହାକୁ ଆଗକୁ ପଠାଇବ ଏହି ଚିପ୍ ।ଏହାପରେ ଚିପ୍ ସେଟ୍ ସହିତ କମ୍ପାଟେବଲ ଡିଭାଇସ ଏହିସବୁ କମାଣ୍ଡକୁ ରିସିଭ କରି କାମ ଆରମ୍ଭ କରିବ । ତେବେ ପ୍ରଥମେ କମ୍ପ୍ୟୁଟରର କର୍ସର ଏବଂ କି-ବୋର୍ଡକୁ ନିୟନ୍ତ୍ରଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

Elon Musk's Neuralink To Begin Implanting Advanced Chips In Human Brains,  Seeks Government Approval - Tech

ସମସ୍ତ ଅନୁମତି ପାଇବା ପରେ, Neuralink କିଛି ସ୍ୱେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷା ଆରମ୍ଭ କରିବେ । ବର୍ତ୍ତମାନ ଏହା କିଛି ଲୋକଙ୍କ ଉପରେ ଆରମ୍ଭ ହେବ ଏବଂ ୨୦୩୦ ସୁଦ୍ଧା କମ୍ପାନୀ ଏହି ଚିପକୁ ୨୨ ହଜାର ଲୋକଙ୍କ ମସ୍ତିଷ୍କରେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏଲନ୍ ମସ୍କ ୨୦୧୬ ମସିହାରେ Neuralink ଆରମ୍ଭ କରିଥିଲେ ମଧ୍ୟ କିଛି ମାସ ପୂର୍ବେ, ନିୟମ ଭାଙ୍ଗିବା ପାଇଁ Neuralink ଚର୍ଚ୍ଚାକୁ ଆସିଥିଲା । ତେବେ ଅନେକ ଏଜେନ୍ସି ଦାବି କରିଛନ୍ତି ଯେ, ଏହି ଡିଭାଇସ୍ ପରୀକ୍ଷଣରେ ବ୍ୟବହୃତ ପଶୁମାନଙ୍କୁ ଅପବ୍ୟବହାର କରିଛି ଏବଂ ପୂର୍ବରୁ ଧାର୍ଯ୍ୟ ନିୟମକୁ ଉଲ୍ଲଂଘନ କରିଛି।

Get real time updates directly on you device, subscribe now.