fbpx
BJD SKY
BJD SKY

ପୁଲୱାମାରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଏନାକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

BJD

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଭାରତୀୟ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର୍ କରି ମାରି ଗଡ଼ାଇଛନ୍ତି ବିଏସଏଫ୍ ଯବାନ । ଆଜି ଭାରତୀୟ ଯବାନ ମାନେ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଆତଙ୍କବାଦୀଙ୍କୁ ମାରିଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ଓ ଏମ୍-୪ ରାଇଫଲ୍ ଜବତ ହୋଇଛି । ଏହି ଏନକାଉଣ୍ଟର୍ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଭାରତୀୟ ଗୁପ୍ତଚର ଏଜେନ୍ସି ଖବର ପାଇଥିଲେ ଯେ ଆତଙ୍କବାଦୀମାନେ ପୁଲୱାମାର ନାଗବରଣ ତାରସର, ଟ୍ରାଲ, ଜଙ୍ଗଲରେ ଲୁଚି ରହିଛନ୍ତି । ଏହା ଉପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ । ଯବାନ ମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ କିନ୍ତୁ ସେମାନେ କରିନଥିଲେ । ଏହାପରେ ଆତଙ୍କବାଦୀ ମାନେ ଚାରିପଟୁ ଘେରିଥିବା ଜାଣିବା ପରେ ଯବାନ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହାପରେ ସୁରକ୍ଷା ବାହିନୀ ମଧ୍ୟ ସେମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ । ଆଉ ଏହାରି ଭିତରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ । ତେବେ ମୃତ ଆତଙ୍କବାଦୀଙ୍କୁ ଏପର୍ୟ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ବର୍ତ୍ତମାନ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି ।

Get real time updates directly on you device, subscribe now.