BREAKING: କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର, ଗୋଡରେ ବାଜିଛି ଗୁଳି

ଦୁର୍ଦ୍ଦାନ୍ତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାର ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ହୁଣ୍ଡକୁ ଏସସିବିରେ ଭର୍ତ୍ତି କରାଯାଇଛି।

ଢ଼େଙ୍କାନାଳ: କୁୂଖ୍ୟାତ ଅପରାଧୀ ହୁଣ୍ଡ ଏନକାଉଣ୍ଟର। ଢ଼େଙ୍କାନାଳ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ପୋଲିସ। ହୁଣ୍ଡକୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଛି ପୋଲିସ।

ଦୁର୍ଦ୍ଦାନ୍ତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାର ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ହୁଣ୍ଡକୁ ଏସସିବିରେ ଭର୍ତ୍ତି କରାଯାଇଛି।

ହତ୍ୟାକାଣ୍ଡ ଯୋଜନା ବେଳେ ମଙ୍ଗଳପୁର ନିକଟରେ ଏନକାଛଉଣ୍ଟର କରିଛି ପୋଲିସ। ହୁଣ୍ଡ ନାଁରେ ରହିଛି ୧୮ଟି ଅପରାଧିକ ମାମଲା।

ହତ୍ୟା ଡକାୟତି ଲୁଟ୍ ଭଳି ସଙ୍ଗୀନ ମାମଲା ରହିଛି ହୁଣ୍ଡ ନାଁରେ। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିଲା ହୁଣ୍ଡ।