fbpx

ଦୁର୍ଘଟଣା କମିବା ପାଇଁ ନୂଆ ପ୍ଲାନ୍, ଜାଣନ୍ତୁ କଣ କରିବେ ସରକାର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ଚଳାଇଛନ୍ତି ନୂଆ ଯୋଜନା । କେମିତି ବ୍ଲାକ୍ ସ୍ପଟ୍ ସବୁ ଚିହ୍ନଟ ହେବ ଓ ସେଠାରେ ଦୁର୍ଘଟଣାର କାରଣ ଖୋଜା ଯିବ । ସେହିପରି କଡ଼ାକଡ଼ି ଭାବେ ଚେକିଂକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି ।

letter to all Collector, SP, RTO from Transport Deptt Odisha Govt

ସୂଚନା ଅନୁସାରେ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟରେ ଗଠନ ହେବ ମିଳିତ ଯାଞ୍ଚ କମିଟି । ଆଗାମୀ ପହିଲାରୁ ପ୍ରମୁଖ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକରେ ମିଳିତ ଯାଞ୍ଚ କମିଟି ଏହାର କାରଣ ଓ ନିରାକରଣ ଦିଗରେ କାମ କରିବ । ଏଥିସହ ଚେକିଂକୁ ବ୍ୟାପକ କରାଯିବ ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ମାସ ୮ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ସମୀକ୍ଷା ବୈଠକ ବସିଥିଲା । ସଡ଼କ ସୁରକ୍ଷା ପାଇଁ ଏକ ମୋବାଇଲ ଆପ୍ ମଧ୍ୟ ବିକଶିତ କରାଯାଇଛି । ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ସହ ଏହି ଆପର ଲିଙ୍କ ରହିବ । ଏଥି ସହ ସମସ୍ତ ତଥ୍ୟ ପରିବହନ ବିଭାଗ ଯୁଗ୍ମ ସଚିବ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହିତ ବିନିମୟ କରାଯିବ । ଏହି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଏକ ହ୍ୱାଟ୍ସଆପ୍ ଗ୍ରୁପ କରିବେ । ତାଙ୍କ ଅଧୀନରେ ଥିବା ସମସ୍ତ ଥାନାଧିକାରୀ, ଜାତୀୟ ରାଜପଥ ଅଧିକାରୀ, ବିଭାଗୀୟ ଯନ୍ତ୍ରୀଙ୍କୁ ଉକ୍ତ ଗ୍ରୁପ୍ରେ ସାମିଲ କରାଯିବ । ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ଥିବାବେଳେ ଏଭଳି ପ୍ରୟାସର ଆବଶ୍ୟକ ଥିବା କହିଛନ୍ତି ବିଶେଷଜ୍ଞ ।

Get real time updates directly on you device, subscribe now.