fbpx

କଣ ଏବେଭି ରହିଛି କ୍ରୀତଦାସ ପ୍ରଥା !

Advertisement

ଚାଲିଗଲେ ଆବ୍ରାହମ ଲିଙ୍କନ ଯେ କି କ୍ରୀତଦାସ ପ୍ରଥାକୁ ଦୂର କରିଥିଲେ ଓ ତାଙ୍କ ନାମକୁ ଇତିହାସ ସ୍ଵର୍ଣ ଅକ୍ଷରରେ ଲେଖିଛି।କିନ୍ତୁ ଆଜି ବି କୌଣସି କୌଣସି ଜାଗାରେ ସେହି ଅତି ଘୃଣ୍ୟ କ୍ରୀତଦାସ ପ୍ରଥା ଦେଖିବାକୁ ମିଳୁଛି।ମଣିଷ ପାଲଟି ଯାଇଛି ରାକ୍ଷସ ଓ ନିର୍ଦୟ ଭାବେ ବିକ୍ରି କରିଚାଲିଛି ଆସହାୟ ଦମ୍ପତି ଙ୍କୁ।ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାନମ କୋଣ୍ଡା ଗ୍ରାମରେ।ଏହି ଗ୍ରାମର ଲକ୍ଷମନ ପୂଜାରୀ ଓ ରଶ୍ମି ପୂଜାରୀଙ୍କ ସରଳତା ଓ ଦରିଦ୍ରତା ର ଫାଇଦା ନେଇ।ଆଜକୁ ଆଠ ବର୍ଷ ପୂର୍ବେ ତାଙ୍କୁ ବାଙ୍ଗାଲୋର ସହରର ଏକ ନିର୍ମାଣ ସଂସ୍ଥା ଙ୍କୁ ବିକ୍ରିକରିଦେଇଥିଲା ଜଣେ ଅମାନବୀୟ ଅସୁର।ପେଟ ପାଇଁ ବିନା ମଜୁରୀ ରେ ସଂଘର୍ଷ କରୁ କରୁ ସେ 2 ଟି କନ୍ୟା ସନ୍ତାନ କୁ ଜନ୍ମ ଦେଲେ ସତ କିନ୍ତୁ ଦରିଦ୍ରତା ସହିତ ଲଢୁ ଲଢୁ ଏକ ରାସ୍ତା ଦୁର୍ଘଟଣାରେ ସେ ହରେଇଦେଲେ ତାଙ୍କ ବଡ଼ ଝିଅ କୁ ଓ ନିଜ ଭାଗ୍ୟକୁ ଆଦରି ସେଠାରେ କାମ କରିଚାଲିଲେ।ଦିନେ ଦିନେ ଭୋକ ଉପବାସ ରେ ନିଜ ପରିବାରକୁ ରଖିବାକୁ ପଡୁଥିଲା ଏହି ଶ୍ରମିକ ଜଣଙ୍କୁ।ଅଠାରୁ ମୁକୁଳିବାକୁ ନା ଆସିଥିଲା ପ୍ରଶାସନ ନା କୌଣସି ଦେବ ଦୂତ।ଶେଷରେ ନିଜେ କୌଣସି ଏକ ମୁହୂର୍ତ ର ସୁଯୋଗ ପାଇ ନିଜ ବର୍ଷ ବର୍ଷ ପରିଶ୍ରମ ବାବଦର ମଜୁରୀ ନ ପାଇକି ମଧ୍ୟ ଏଠାରୁ ଲୁଚି କି ପଳେଇ ଆସିଛନ୍ତି ନିଜ ଜନ୍ମ ମାଟିକୁ।ଏବେ ସେ ପ୍ରଶାସନର ସହଯୋଗ ଅପେକ୍ଷାରେ ।ତାଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ ସହ ଉପଯୁକ୍ତ ଟାଇଥାନ ଓ ଦୋଷୀଙ୍କ ଦଣ୍ଡ ପାଇଁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.