fbpx

EPFOର ୬ କୋଟି କର୍ମଚାରୀଙ୍କୁ ଜବରଦସ୍ତ ଝଟକା: ଏଣିକି PF ଖାତାଧାରୀଙ୍କୁ ମିଳିବ କମ୍ ସୁଧ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ପିଏଫ ଖାତାଧାରୀଙ୍କ ସୁଧ ହ୍ରାସ କରାଯାଇଛି । ଏହାଫଳରେ ଇପିଏଫଓର ୬ କୋଟି କର୍ମଚାରୀ ପ୍ରଭାବିତ ହେବେ । ତେବେ ଏହାଦ୍ୱାରା କର୍ମଚାରୀଙ୍କୁ ମିଳିବାକୁ ଥିବା ସୁଧ ବିଗତ ୪୦ ବର୍ଷର ଇତିହାସରେ ସବୁଠାରୁ କମ୍ ସୁଧ ହେବ । ଏହି ନିଷ୍ପତ୍ତି ଉପରେ କେବଳ କେନ୍ଦ୍ର ସରକାରଙ୍କର ମୋହର ବାଜିବା ବାକି ରହିଛି ।

ଇପିଏଫଓ ପକ୍ଷରୁ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଏହି ଘୋଷଣା କରାଯାଇଛି । ଏହାଦ୍ୱାରା ପିଏଫ ଖାତାଧାରୀଙ୍କୁ ୮.୧ ପ୍ରତିଶତ ସୁଧ ମିଳିବ । ଗତ ୧୯୭୭-୭୮ରେ ପିଏଫ ଖାତାଧାରୀଙ୍କୁ ସର୍ବନିମ୍ନ ସୁଧ ୮ ପ୍ରତିଶତ ମିଳିଥିଳା । ସେ ସମୟରୁ ଆଜି ପର୍ଯ୍ୟନ୍ତ ଏହି ସୁଧ ହାରରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଥିଲା । କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ବେତନର କିଛି ଅଂଶ କାଟି ପିଏଫ ଖାତାରେ ଜମା କରାଯାଇଥାଏ । ଅନୁରୂପ ପରିମାଣର ରାଶି କମ୍ପାନୀ ମଧ୍ୟ ଜମା କରିଥାଏ । ଇପିଏଫଓ ଓ ଏହି ଫଣ୍ଡର ପରିଚାଳନା କରିବା ସହ ପ୍ରତ୍ୟେକ ବର୍ଷ ଉକ୍ତ ରାଶି ଉପରେ ସୁଧ ପ୍ରଦାନ କରିଥାଏ । ଗତ ୨୦୧୯-୨୦ ଓ ୨୦୨୦-୨୧ରେ ପିଏଫ ଜମା ଉପରେ ୮.୫ ପ୍ରତିଶତ ସୁଧ ମିଳୁଥିଲା । ଇପିଏଫଓର ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ନିଷ୍ପତ୍ତି ନିଆଯାଇଛି । ସୁଧ ହାର ହ୍ରାସ ପୂର୍ବରୁ ଟ୍ରେଡ ୟୁନିୟନ ପକ୍ଷରୁ ଘୋର ବିରୋଧ କରାଯାଇଥିଲା ।

Get real time updates directly on you device, subscribe now.