fbpx

EPFOର ନୂଆ ନିୟମ: ଏଣିକି ସଦସ୍ୟଙ୍କ ମୃତ୍ୟୁ ପରେ EPF ସହାୟତା ରାଶି ପାଇବା ପ୍ରକ୍ରିୟା ସହଜ ହେବ 

AAKASH

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ନିୟମ ଆସିଛି । ଏହା ଇପିଏଫଓ ସଦସ୍ୟଙ୍କ ମୃତ୍ୟୁ ପରେ ଇପିଏଫ୍ ସହାୟତା ରାଶି ପାଇବା ପ୍ରକ୍ରିୟାକୁ ସହଜ କରିବ । ସାଧାରଣ ଭାବେ ନିଜ ସଦସ୍ୟଙ୍କ ମୃତ୍ୟୁ ପରେ ଆଧାର ତଥ୍ୟକୁ ଅପଡେଟ୍ କରିବା ଓ ସଂଶୋଧନ କରିବା ସମୟରେ ଇପିଏଫଓ କ୍ଷେତ୍ର କାର୍ଯ୍ୟାଳୟ ନାନା ସମସ୍ୟାର ସମ୍ମୁଖୀନ ହେଉଛି । ତେଣୁ ଏଭଳି ସ୍ଥିତିରେ ଆଧାର ବିବରଣୀର ସିଡିଂ ନକରି ବା ନ ଯୋଡ଼ି ମୃତ୍ୟୁକାଳୀନ ସହାୟତା ପ୍ରକ୍ରିୟାକୁ ଆଗକୁ ନେବାକୁ ଇପିଏଫ ନିଷ୍ପତ୍ତି ନେଇଛି ।

ସଦସ୍ୟଙ୍କ ମୃତ୍ୟୁ ପରେ ତାଙ୍କର ଆଧାର ତଥ୍ୟକୁ ଅପଡେଟ୍ କରିବା ଓ ସଂଶୋଧନ କରିବା କ୍ଷେତ୍ରରେ ଫିଲ୍ଡ ଅଫିସରମାନେ ଅନେକ ସମସ୍ୟାର ସାମ୍ନା କରୁଥିଲେ । ତେଣୁ ଉକ୍ତ ସମସ୍ୟାର ସମାଧାନ ଲକ୍ଷ୍ୟରେ ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଇପିଏଫଓ ଏହି ନୂଆ ନିୟମ ଲାଗୁ କରିବା ସହ ଏନେଇ ଏକ ସର୍କୁଲାର ଜାରି କରିଛି । ନୂଆ ନିୟମ ଲାଗୁ ହେବା ପରେ ଏଣିକି ଆଧାର ସିଡିଂ ନକରି କ୍ଲେମ୍ ପ୍ରକ୍ରିୟା ଆଗକୁ ବଢ଼ିପାରିବ । ତେବେ ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁମୋଦନ ପରେ ଏହି କ୍ଲେବ ପ୍ରୋସେସିଂ ହୋଇପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.