ବ୍ରହ୍ମପୁର: ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ।
ଚୋରା କାରବାର କରିବା ଏବେ ନିତିଦିନିଆ କଥା ହୋଇଗଲାଣି। ସବୁ ପାଇଁ ଏବେ ବଡ ବଡ ବାବୁ ମାନେ ଲାଞ୍ଚ ନେଉଛନ୍ତି। କିନ୍ତୁ ଏଠାରେ ହୋଟେଲକୁ ଡାକି ଲାଞ୍ଚ ନେବା ସମୟରେ ଧରା ପଡିଗଲେ ବଡ ବାବୁ। ଯାହାଙ୍କୁ କାବୁ କରିନେଇଛନ୍ତି CBI।