Epigamiaର ସହ-ପ୍ରତିଷ୍ଠାତା ରୋହନ ମିରଚନ୍ଦାନୀଙ୍କ ପରଲୋକ: ମାତ୍ର ୪୨ ବର୍ଷରେ ହାର୍ଟ ଆଟାକରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଦହି ବ୍ରାଣ୍ଡ ଏପିଗାମିୟାର ସହ-ପ୍ରତିଷ୍ଠାତା ରୋହନ ମିରଚନ୍ଦାନୀଙ୍କ ପରଲୋକ ଘଟିଛି । ମାତ୍ର ୪୨ ବର୍ଷ ବୟସରେ ଶ୍ରୀ ମିରଚନ୍ଦାନୀ ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେଶର ପ୍ରମୁଖ ବିଜିନେସ ବ୍ୟକ୍ତିତ୍ୱ ମଧ୍ୟରେ ଗଣାଯାଉଥିବା ମିରଚନ୍ଦାନୀଙ୍କ ଏପିଗାମିୟା ଭାରତରେ ଗ୍ରୀକ ୟୋଗର୍ଟ (ଦହି)ର ଏକ ପପୁଲାର ବ୍ରାଣ୍ଡ ଭାବେ ଆଦୃତି ଲାଭ କିରଛି । ଏହାର ପ୍ୟାରେଣ୍ଟ କମ୍ପାନୀ ଡ୍ରମ୍ସ ଫୁଡ ଇଣ୍ଟରନ୍ୟାସନାଲରେ ଅନେକ ବଡ଼ ବଡ଼ କମ୍ପାନୀ ନିବେଶ କରିଛନ୍ତି ।

ରିପୋର୍ଟ ମୁତାବକ, ଗ୍ରୀକ ୟୋଗର୍ଟ ବ୍ରାଣ୍ଡ ଏପିଗାମିୟାର ପ୍ୟାରେଣ୍ଟ କମ୍ପାନୀ ଡ୍ରମ୍ସ ଫୁଡ୍ ଇଣ୍ଟରନ୍ୟାସନାଲ ତରଫରୁ ଏକ ଅଫିସିଆଲ ବୟାନ ଜାରି କରାଯାଇ କୋ-ଫାଉଣ୍ଡର ରୋହନଙ୍କ ବିୟୋଗ ବାବଦରେ ସୂଚନା ଦିଆଯାଇଛି । ୨୦୧୩ ମସିହାରେ ନିଜର ଦୁଇ ସାଥୀଙ୍କ ସହ ମିଶି ରୋହନ ଡ୍ରମ୍ମ ଫୁଡର ସ୍ଥାପନା କରିଥିଲେ । ଉକ୍ତ କମ୍ପାନୀ ଯଥା ଶୀଘ୍ର ଏଫଏମସିଜି କମ୍ପାନୀ ଭାବେ ବିଖ୍ୟାତି ଲାଭ କରିବା ସହ ଆଗକୁ ବଢ଼ିବାରେ ଲାଗିଥିଲା । ଏନଏସୟୁ ଷ୍ଟର୍ଟ ଆଣ୍ଡ ୱାର୍ଟନ ସ୍କୁଲରୁ ଗ୍ରାଜୁଏସନ କରିଥିବା ରୋହନ ତାଙ୍କର ଦୁଇ ସାଥୀ ଅଙ୍କୁର ଗୋୟଲ ଓ ଉଦୟ ଠକ୍କରଙ୍କ ସହ ମିଶି ଡ୍ରମ୍ସ ଫୁଟ୍ ସ୍ଥାପନ କରିଥିଲେ ।