fbpx

ESIC ନିଯୁକ୍ତି ବିଜ୍ଞାପନ: ୧୦୩୮ଟି ପଦ ଖାଲି, ଓଡ଼ିଶାର ଶାଖା କାର୍ଯ୍ୟାଳୟରେ ଚାକିରି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଜାରି କରାଯାଇଛି ନିଯୁକ୍ତି ବିଜ୍ଞାପନ । ମୋଟ ୧୦୩୮ଟି ପଦ ଖାଲି ଥିବା ବେଳେ ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟର ଶାଖା କାର୍ଯ୍ୟାଳୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ତେଣୁ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ।

ପ୍ରାର୍ଥୀଙ୍କୁ ଇସିଜି ଟେକ୍ନିସିଆନ, ଜୁନିୟର ରେଡିଓଗ୍ରାଫର, ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ, ଅଡିଓମିଟର ଟେକ୍ନିସିଆନ, ଓଟି ଆସିଷ୍ଟାଣ୍ଟ, ଡେଣ୍ଟାଲ ମେକାନିକ ଆଦି ପଦରେ ନିଯୁକ୍ତି ଦିଆଯିବ । ଅକ୍ଟୋବର ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁଡି / ଇଏସଏମ / ମହିଳା / ବିଭାଗୀୟ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ପ୍ରଦାନ କରିବାକୁ ପଡ଼ିବ ।

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସସୀମା ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସସୀମା ୩୨ ବର୍ଷ ରହିଛି । ଚଳିତ ବର୍ଷ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ସମସ୍ତ ପଦ ପାଇଁ ଦରମା ହାର ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: Available on 01.10.2023

ନୋଟିଫିକେସନ ଲିଙ୍କ: https://esic.gov.in/attachments/recruitmentfile/53a0603425ff7efe3c920ba7153a311e.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://esic.gov.in/

Get real time updates directly on you device, subscribe now.